ଗୋପ ବଜାର ଛକ ଉପରେ ଦୁର୍ବଳ ହେତୁ ଛିଡ଼ିଗଲା ୧୧ କେବି ବିଦୂତ୍ ତାର

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଗୋପ ବଜାର ଉପରେ ଯାଇଥିବା ୧୧ କେବି ବିଦ୍ୟୁତ ଲାଇନ ହଟାତ ମଝି ରାସ୍ତା ଉପରେ ଛିଡ଼ି ଯିବାରୁ ଅଳ୍ପକେ ବର୍ତିଲେ ଶତାଧିକ ଯାତ୍ରୀ l ଦିନ ୩ଟା ସମୟରେ ତାର ଛିଡ଼ିଥିବାରୁ ସ୍ଵଭାଗ୍ୟ ବଶତଃ କାହାର କୌଣସି କ୍ଷତି ହୋଇନାହିଁ ଘଟଣlସ୍ଥଳ ରେ ଗୋପ ସୁରକ୍ଷା ମଞ୍ଚର ସଭାପତି ସଚ୍ଚିଦାନନ୍ଦ ଗୋଛାୟତ ଉପସ୍ଥିତ ଥିବାରୁ ବିଭାଗୀୟ ଅଧିକାରୀଙ୍କୁ ଫୋନ କରିଥିଲେ ତାପରେ କରେଣ୍ଟ କଟାଯାଇଥିଲା l ରାମ ରହିମ ଗାଡି ସଙ୍ଗଠନ ର କର୍ମକର୍ତା ଓ କିଛି ବ୍ୟସାୟୀ ଙ୍କ ସହାୟତାରେ ଛକର ଉଭୟ ପାର୍ଶ୍ୱ କୁ ଅବରୋଧ କରାଯାଇଥିଲା ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ରାସ୍ତାରେ ଯାତାୟାତ ବନ୍ଦ ରହିଥିଲା l ଆଜିର ଘଟଣାଟି ଘଟିବା ପୂର୍ବରୁ ଅନେକ ଥର ବିଭାଗୀୟ ଅଧିକାରୀ ଙ୍କୁ ତାର ରୁ ନିଆଁ ବାହାରିବା ସମ୍ପର୍କ ରେ ସୂଚିତ କରାଯାଇ ଥିବା ସତ୍ତ୍ୱେ ଅଧିକାରୀ କାହିଁକି ପୁରୁଣା ତାରାକୁ ବିପଦ ସଂକୁଳ ଅବସ୍ଥାରେ ଲଗେଇଛନ୍ତି l ଗୋପ ବଜାର ର ମୁଖ୍ୟ ଛକ ରେ ଏହି ତାର ରୋଡ ଅତିକ୍ରମ କରିଥିବାରୁ ବିପଦ ସଦାବେଳେ ରହିଛି l ଏଣୁ ତୁରନ୍ତ ବିଭାଗୀୟ ଅଧିକାରୀ ଏଥିପ୍ରତି ବିହିତ ପଦକ୍ଷେପ ଗ୍ରହଣ କରାଯାଉ ନଚେତ ଆଗାମୀ ଦିନରେ ବଡ ବିପଦ କୁ ଏଡ଼ାଇ ଦେଇହେବନି ବୋଲି ସାଧାରଣ ମତ ପ୍ରକାଶ ପାଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ