ଗୋପ ବ୍ଲକରେ ଜନଶୁଣାଣି ଶିବିର ଅନୁଷ୍ଠିତ

ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକର ସମ୍ମିଳନୀ କକ୍ଷରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଜନ ଶୁଣାଣି ଶିବିର ସମ୍ପର୍କରେ ସଠିକ ଭାବେ ସାଧାରଣ ଜନତାଙ୍କ ପାଖରେ ସୂଚନା ପହଞ୍ଚିପାରିନ ଥିଲା । ଫଳରେ ଅଭିଯୋଗକାରୀଙ୍କ ସଂଖ୍ୟା କମିଥିଲା। ଏମିତି କି ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମଧ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚିତ କରା ଯାଇନଥିଲା। ଜନ ଶୁଣାଣି ଶିବିରରେ ସମୁଦାୟ ୪୭ଟି ଅଭିଯୋଗ ହୋଇଥିଲା। ଏହି ଶିବିରରେ ପୁରୀ ଉପ ଜିଲ୍ଲାପାଳ ଗୋପୀନାଥ କୁଆଁର, ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ, ସହକାରୀ ଜିଲ୍ଲାପାଳ ପ୍ରିୟଦର୍ଶିନୀ ପଣ୍ଡା, ମୁଖ୍ୟ ପ୍ରକଳ୍ପ ଅଧିକାରୀ ଜିଲ୍ଲାପରିଷଦ, ଗୋପ ତହସିଲଦାର ରଞ୍ଜନ କୁମାର ପରିଡା, ଗୋପ ବ୍ଲକ ବିଡିଓ ଛବିରାଣୀ ସାହୁ, ଗୋପ ବ୍ଲକ ଅଧକ୍ଷା ଝୁନୁ ମଲ୍ଲିକ, ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକଙ୍କ ସମତେ ଜିଲ୍ଲାର ମୁଖ୍ୟ ସରକାରୀ କାର୍ଯ୍ୟାଳୟର ପ୍ରମୁଖ ଅଧିକାରୀ ଓ ଅଧିକାରିଣୀ ଏବଂ ବ୍ଲକ ଅଧିନସ୍ଥ ସମସ୍ତ କାର୍ଯ୍ୟାଳୟର ମୁଖ୍ୟ ଅଧିକାରୀ ଅଧିକାରିଣୀ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ