ଗୋବରା ଓ ବାସୁଦେବପୁରକୁ ୧୨ ଘଣ୍ଟିଆ ସଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):କରୋନା ପାଇଁ ବିଭିନ୍ନ ଅଞ୍ଚଳର ସଙ୍ଗରୋଧ କେନ୍ଦ୍ର ରେ ରେ ଓଡ଼ିଆ ପ୍ରବାସୀ ମାନେ ଆସି ରହିବା ପରେ ବହୁ ପ୍ରବାସୀଙ୍କ ଠାରେ କରୋନା ଚିହ୍ନଟ ହୋଇଥିଲା ।ଏବଂ ସେମାନଙ୍କ ସଂଶ୍ପର୍ଷରେ ଆସିଥିବା କିଛି ଲୋକଙ୍କ ସ୍ୱାବ୍ ମଧ୍ୟ ପରୀକ୍ଷା ପଠାଯାଇଛି ।ଏହାକୁ ନେଇ ସାଧାରଣ ଜନତା ଆତଙ୍କିତ ହୋଇପଡିଛନ୍ତି ।ସରକାରୀ ଭାବେ କରୋନା ଚିହ୍ନିତ ବ୍ୟକ୍ତି ଓ ତାଙ୍କ ଅଞ୍ଚଳ ବିଷୟରେ କିଛି ଘୋଷଣା କରାଯାଉନଥିଲେ ମଧ୍ୟ ସାନିଟାଇଜର କରିବା, ବିଭିନ୍ନ ଲୋକଙ୍କ ସ୍ୱାବ୍ ନମୂନା ପରୀକ୍ଷା ପାଇଁ ନେବା ଆଜି ଦୁଇଟି ଗ୍ରାମକୁ ସଟ୍ ଡାଉନ ଘୋଷଣା ପରେ ବିଭିନ୍ନ ସ୍ଥାନରେ ହେଉଥିବା ଆଲୋଚନା ଏକ ପ୍ରକାର ସତ୍ୟ ପ୍ରମାଣିତ ହେବାରେ ଲାଗିଛି ।ମିଳିଥିବା ତଥ୍ୟ ଅନୁସାରେ ବେଲଗୁଣ୍ଠା ବ୍ଳକ ଗୋବରର ଜଣେ ଓଏସ୍ଆରଟିସି ଡ୍ରାଇଭର ପ୍ରାୟ ୧୫ ଦିନ ତଳେ ବେଲଗୁଣ୍ଠାରୁ କିଛି କରୋନା ରୋଗୀଙ୍କୁ ଓଏସ୍ଆରଟିସି ବସ୍ ରେ ନେଇ ଶୀତଳାପଲୀ ସ୍ଥିତ କୋଭିଡ ହସପିଟାଲରେ ଛାଡିଥିଲେ ।ଦୁଇତିନିଦିନ ପରେ ସମ୍ପୃକ୍ତ ଡ୍ରାଇଭରଙ୍କୁ ଥଣ୍ଡା,ଜ୍ୱର ଓ କାଶ ହୋଇଥିଲା ।ଭଲ ନ ହେବାରୁ ଭଞ୍ଜନଗର ଡାକ୍ତରଖାନା ଆସି କରୋନା ପରୀକ୍ଷା ପାଇଁ ସ୍ୱାବ୍ ଦେଇଥିଲେ ।ଏହାର ଦୁଇଦିନ ପରେ ପ୍ରଶାସନ ତାଙ୍କୁ ରାତିରେ ଉଠାଇ ନେଇଯାଇଥିଲା ।ତା ପର ଦିନ ସପୃଂକ୍ତ ଡ୍ରାଇଭରଙ୍କ ବାପା, ମା,ପୁଅ,ଝିଅ ଓ ସ୍ତ୍ରୀଙ୍କୁ ପ୍ରଶାସନ ଉଠାଇ ନେଇ ବିଭିନ୍ନ।ସଙ୍ଗରୋଧ କେନ୍ଦ୍ର ରେ ରଖିବା ସହ ସେମାନଙ୍କର ସ୍ୱାବ୍ ମଧ୍ୟ ସଂଗ୍ରହ କରିଥିଲା ।ତାଙ୍କର ପରିବାର ସମସ୍ତଙ୍କଠାରେ କରୋନା ଚିହ୍ନଟ ହୋଇଥିବା ବିଭିନ୍ନ ସ୍ଥାନରେ ଆଲୋଚନା ହେଉଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଆଜିସୁଦ୍ଧା କିଛି ଘୋଷଣା କରାଯାଇନାହିଁ ।ଗତ ଦୁଇ ଦିନ ତଳେ ଗୋବରା ମୁଖ୍ୟ ସଡକକୁ ସାନିଟାଇଜ୍ କରିବା ଏବଂ ଡ୍ରାଇଭରଙ୍କ ପରିବାର ସଂଶ୍ପର୍ଷରେ ଆସିଥିବା ପ୍ରାୟ ୧୫ଜଣଙ୍କ ସ୍ୱାବ୍ ନମୁନା ପରୀକ୍ଷା ପାଇଁ ପଠାଯାଇଛି ଓ ସକାଳ ୬।ଘଣ୍ଟା ସମୟରେ ଗୋବରା ସରପଞ୍ଚ ଇନ୍ଦିରାବାଇ ରାଜୁ ଗୋବରା ପଞ୍ଚାୟତର ଗୋବରା ଓ ବାସୁଦେବପୁରକୁ ୧୨ ଘଣ୍ଟିଆ ସଟ୍ ଡାଉନ୍ ଘୋଷଣା କରି ଗୋବରା ବଜାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଏହି ଦୁଇ ଗ୍ରାମବାସୀ ସକାଳ ୭ରୁ ସଂଧ୍ୟା ୭ ପର୍ଯ୍ୟନ୍ତ କେହି ଘରୁ ନ ବାହାରିବା ପାଇଁ ଧେଣ୍ଡୁରା ମାଧ୍ୟମରେ ନିର୍ଦ୍ଦେଶ ଦେବା ପରେ ବିଭିନ୍ନ ସ୍ଥାନରେ ହେଉଥିବା ଆଲୋଚନା ସତ୍ୟ ପ୍ରମାଣିତ ହେବାରେ ଲାଗିଛି ଏବଂ ଲୋକେ ଆତଙ୍କିତ ହୋଇପଡିଛନ୍ତି ।ଏ ନେଇ ସରପଞ୍ଚ ଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେବାପାଇଁ ମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ