ଗାଙ୍ଗପୁର ଥାନାରେ ରକ୍ତ ଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ଆସନ୍ତା ବୁଧବାର ୨୭ ତାରିଖରେ ଗାଙ୍ଗପୁର ପୋଲିସ-ବେଲଗୁଣ୍ଠା ପ୍ରେସ କ୍ଳବର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର କ୍ଷତ୍ରିୟ ବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ।ଏ ନେଇ ଗାଙ୍ଗପୁର ଥାନା ପରିସରରେ ଥାନଧିକାରୀ ଧିରେଶ କୁମାର ଦାସଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।ରକ୍ତଦାନ ଶିବିରକୁ କିପରି ସଫଳ କରାଯିବ ସେ ନେଇ ଆଲୋଚନା ହୋଇଥିଲା ।ଏଥିରେ କିପରି ଯୁବ ବର୍ଗଙ୍କୁ ସାମିଲ କରିବା ସହ ନୁତନ ରକ୍ତ ଦାତା ସୃଷ୍ଟି ପାଇଁ ଥାନା ଅଧିକାରୀ ଶ୍ରୀ ଦାସ ଗୁରୁତ୍ୱ ଦେଇଥିଲେ ।କରୋନା ପାଇଁ ସମସ୍ତ ନୀତି ନିୟମ ମାନି ସାମାଜିକ ଦୂରତ୍ୱ ରକ୍ଷା,ମାସ୍କ ପିନ୍ଧିବା ଏବଂ ସାନିଟାଇଜର କୁ ଗୁରତ୍ୱ ଦେଇ ଶିବିର ଆୟୋଜନ କରାଯିବା ନେଇ ଶ୍ରୀ ଦାସ ପ୍ରକାଶ କରିଥିଲେ ।ଏହି ପ୍ରସ୍ତୁତି ବୈଠକରେ ଏସ୍ ଆଇ ଅଜିତ ପରିଡା ଓ ପ୍ରମୋଦ କୁମାର ବେହେରା,ବେଲଗୁଣ୍ଠା ପ୍ରେସ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଉପସଭାପତି ଅଶ୍ୱିନୀ କୁମାର ମହାନ୍ତି,କୋଷାଧ୍ୟକ୍ଷ ପ୍ରଭାତ କୁମାର ସାହୁ, ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ଦୀପକ କୁମାର ପଣ୍ଡା,ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ ଓ ବିଭୁପାଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ