ଗୋବା ଗ୍ରାମରେ ଛତ୍ରପୁର ଥାନା ଆମ ପୁଲିସ ସମିତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ 

ଛତ୍ରପୁର, (ଦେବଦତ୍ତ ମହାରଣା) : ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ । ପଞ୍ଚାୟତ ଗୁଡିକରେ ଅବାଧ, ନିରେପକ୍ଷ ଓ ଶୃଙ୍ଖଳିତ ନିର୍ବାଚନ ପରିଚାଳନା କରିବା ପାଇଁ ଏବେଠୁ ହିଁ ପୁଲିସର ଉଦ୍ୟମ ଆରମ୍ଭ ହୋଇଛି । ଛତ୍ରପୁର ଥାନା ପୁଲିସ ପକ୍ଷରୁ ଥାନା ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତ ଗୁଡିକରେ ଜନସାଧାରଣଙ୍କୁ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏହି କ୍ରମରେ  ବଡ଼ମାଧପୁର ପଂଚାୟତ ର ଗୋବା ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଛତ୍ରପୁର ଥାନା ଆମ ପୁଲିସ ସମିତି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗ୍ରାମ୍ୟ କମିଟି ର ସଭାପତି ଜଗନ୍ନାଥ ସୁର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମବାସୀଙ୍କୁ ବିଭିନ୍ନ ବିଷୟରେ ସଚେତନତା କରାଇଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି । ଗ୍ରାମରେ ଯେଉଁମାନେ ବିଶୃଙ୍ଖଳା ସୃଷ୍ଟି କରିବେ ବୋଲି ଅନୁମାନ କରୁଛନ୍ତି ତେବେ ସେମାନଙ୍କ ବିଷୟରେ ପୁଲିସକୁ ସୂଚନା ଦେବା ସହ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ   ଗ୍ରାମରେ ଅସମାଜିକ କାର୍ଯ୍ୟରେ ଜଡିତ ରହୁଥିବା ବ୍ୟକ୍ତିଙ୍କ ବିଷୟରେ ମଧ୍ୟ ସୂଚନା ଦେବା ପାଇଁ କୁହାଯାଇଛି । ଏହା ସହ ମହିଳା ମାନଙ୍କ ସୁରକ୍ଷା, ଘରୋଇ ହିଂସା ରୋକିବା, ଗୁଣି ଗାରେଡି ସନ୍ଦେହ ଦୂର କରିବା,କୋଭିଡ ନିୟମ ମାନିବା ପାଇଁ ଥାନାଧିକାରୀ ଶ୍ରୀ ପ୍ରଧାନ ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ସମୟରେ   ଗ୍ରାମବାସୀ ପୋଲିସ ଙ୍କ ସହ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିବେ ତେବେ ପୁଲିସ ଉଚିତ୍ ସମୟରେ ସହଯୋଗ କରି ପାରିବ । ମହିଳା, ଶିଶୁ ଏବଂ ବୃଦ୍ଧବୃଦ୍ଧାମାନଙ୍କ ସୁରକ୍ଷା ଦେବା ଲାଗି ପୁଲିସ ଦିନରାତି କାମ କରୁଛି । ଏଥିପାଇଁ ଥାନାରେ ସ୍ୱତନ୍ତ୍ର କକ୍ଷ ରହିଛି । ଗ୍ରାମବାସୀ ପୋଲିସ ସେବା କିଭଳି ସଠିକ୍ ସମୟରେ ପାଇପାରିବେ ତାହାକୁ ନେଇ ସଚେତନତା ହେବାକୁ ଥାନା ଅଧିକାରୀ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ୍ୟ କମିଟି ର କୋଷାଧ୍ୟକ୍ଷ ପବିତ୍ର ସାହୁ, ଶିବରାମ ସାହୁ ଓ ରିଲୁ ସୁର ଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ