କରୋନା ମୃତକଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ହରିଦ୍ୱାରରେ ପ୍ରତାପ ସାହୁଙ୍କ ଦ୍ୱାରା ପିଣ୍ଡଦାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ମସିହାରୁ ଦେଖା ଦେଇଥିବା ମହାମାରୀ କରୋନାରେ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଆବାଳ ବୃଦ୍ଧବନିତା ପ୍ରାରଣ ହରାଇଥିବା ବେଳେ, ଅନେକ ଲୋକ ନିଜର ପରିବାର ଓ ଆତ୍ମିୟସ୍ୱଜ୍ଜନଙ୍କୁ ହରାଇ ବାପା, ମା’ ଛେଉଣ୍ଡ ହୋଇ ବହୁ ତୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ସରକାରଙ୍କ କଟକଣା ଅନୁସାରେ କରୋନା ମୃତକଙ୍କ ଶବ ସତ୍କାର କରିବା ସମୟରେ ଅପ୍ରୀତିକର ପରିସ୍ଥିତ ସୃଷ୍ଟି ହୋଇଥିଲା । ଏହା ବ୍ୟତୀତ ବହୁ ବ୍ୟକ୍ତି କରୋନାରେ ପ୍ରାଣ ହରାଇଥିଲେ ମଧ୍ୟ ସେମାନଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କର କୌଣସି ଶୁଦ୍ଧିକ୍ରିୟା ମଧ୍ୟ ହୋଇପାରିନଥିଲା । ଫଳରେ ସେମାନଙ୍କ ପରିବାରରେ ଘୋର ଅସନ୍ତୋଷ ଦେଖା ଦେଇଥିଲା ଯେତେବେଳେ ଦେଶରେ କରୋନା ପ୍ରଥମେ ପ୍ରବେଶ କଲା, ସେହିଦିନ ଠାରୁ କରୋନା ବିରୁଦ୍ଧରେ ଲଢେଇ କରୁଥିବା ସମାଜସେବୀ ପ୍ରତାପ ସାହୁ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ଆତ୍ମାର ସଦଗତି କାମନା କରି ହରିଦ୍ୱାରର ଗଙ୍ଗାନଦୀରେପିଣ୍ଡଦାନ କରିବା ସହ ସେଠାରେ ଥିବା ବହୁ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ । ଶ୍ରୀଯୁକ୍ତ ସାହୁଙ୍କ ଏପରି ପ୍ରୟାସକୁ ସେଠାକାର ଜନସାଧାରଣ ଭୂୟସୀ ପ୍ରଶଂସା କରିଥିଲେ । ଏ ବିଷୟରେ ହରିଦ୍ୱାରର ବରିଷ୍ଠ ନାଗରିକମାନେ ଶ୍ରୀଯୁକ୍ତ ସାହୁଙ୍କୁ ପଚାରିବାରୁ, ଯେପର୍ଯ୍ୟନ୍ତ କରୋନା ସଙ୍କଟ ଦେଶରୁ ଦୂର ହୋଇନାହାଁନ୍ତି, ସେପର୍ଯ୍ୟନ୍ତ କରୋନା ବିରୁଦ୍ଧରେ ସଂଗ୍ରାମ ଜାରି ରଖିବେ ଶ୍ରୀଯୁକ୍ତ ସାହୁ ତାଙ୍କ ପ୍ରତିକ୍ରିୟାରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ