ଗୋବିନ୍ଦପୁର ପଞ୍ଚାୟତ ରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ଧାରଣା ରେ ଗ୍ରାମବାସୀ

ତିର୍ତ୍ତୋଲ, ( ଅଭିଷେକ ତ୍ରିପାଠୀ ) :ଗୋବିନ୍ଦପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଙ୍କ କାର୍ଯ୍ୟକାଳ ସମୟରେ ଦୁର୍ନୀତିର ଉବୁଟୁବୁ ହେଇଥିବା ଅଭିଯୋଗ କୁ ଭିତ୍ତିକରି ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ଆଗରେ ଦେବବ୍ରତ ମହାନ୍ତି ଙ୍କ ତତ୍ଵାବଧାନରେ ଗ୍ରାମବାସୀ ମାନେ ଧାରଣା ଦେଇଥିଲେ |ଏହି ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ସଚିନ ରାଉତ ଦୁର୍ନୀତି କରିଥିବା ସମସ୍ତ କାର୍ଯ୍ୟ କୁ ତଦନ୍ତ କରିବା ପାଇଁ ବହୁବାର ବିଡ଼ିଓ, ଡ଼ି ଆର ଡ଼ି ଏ ଓ ବିଧାୟକ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ତଦନ୍ତ କରାଯାଇନାହିଁ I ପ୍ରତେକ ଉନ୍ନୟନ ମୂଳକ କାର୍ଯ୍ୟ ଯଥା ଆମ ଗାଁ ଆମ ବିକାଶ ଯୋଜନା ରେ ମିଶନ ଶକ୍ତି ଘର ହେଉ ଅବା ପୋଖରୀ ଖୋଲା ଦୁର୍ନୀତି, ଆଲୋକି କରଣ ଯୋଜନା ରେ ନିମ୍ନମାନର ଲାଇଟ ଲଗେଇ ଅର୍ଥ ହଡପ, ଏବଂ ଗରିବ ଲୋକଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ନ ଦେଇ କୋଠା ଥିବା ଲୋକଙ୍କୁ ଦିଆଯାଇଥିବା ଦୁର୍ନୀତି ଓ ସ୍ଵଛ ଭାରତ ମିଶନ ଯୋଜନ ରେ ପାଇଖାନା ନିର୍ମାଣ ରେ ଦୁର୍ନୀତିର ଫର୍ଦ ସହ ଆବାସ ଯୋଜନା ହେଉକି ଗୁହାଳ ଯୋଜନା ଲୋକଙ୍କ ଠାରୁ ଅର୍ଥ ଆଦାୟ କରାଯାଇଛି |ଏହାର ତଦନ୍ତ ପାଇଁ ଭିଜିଲାନ୍ସ କୁ ଦିଆଯାଉ ଦୁର୍ନୀତିରେ ସମ୍ପୃକ୍ତ ଥିବା ବ୍ୟକ୍ତି ପଦାକୁ ଆସିବ ଆଗାମୀ ଦିନରେ ଯଦି କିଛି କାର୍ଯ୍ୟନୁଷ୍ଠାନ ନିଆ ନ ଯାଏ ଆନ୍ଦୋଳନ ଅବ୍ୟାହତ ରହିବ |ଆନ୍ଦୋଳନ କାରୀଙ୍କ ପାଖରେ ବ୍ଲକ ଅଧକ୍ଷ ମନୋଜ ବେହେରା ଜିଲ୍ଲାପରିଷଦ ସଭ୍ୟ ସୁନୀଲ ବେହେରା ପହଁଚି ଧାରଣା ଗତ ଲୋକଙ୍କୁ ବୁଝାସୁଝା କରିବାସହ ସମ୍ପୃକ୍ତ ଥିବା ବ୍ୟକ୍ତି ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହାର ହୋଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ