ଗୋରୁଗାଡି ଜବତ ,୨ଗିରଫ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଗତକିଛିଦିନ ହେବ ଭଣ୍ଡାରିପୋଖରୀ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଡାଉ କରାଯାଇ ବେଆଇନ ଗୋରୁ ଗାଡି ଜବତ ହୋଇଥିବା ଜଣାପଡିଛି । ଭାରପ୍ରାପ୍ତ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ଅଧିକାରୀ ବିଜୟ କୁମାର ନାୟକ ଆଜି ଡାହାଲା ଠାରୁ ଏକ ଗୋରୁଗାଡି ଜବତ କରିଛନ୍ତି । ଓଡି୧୯ଇ୫୮୮୦ ଟାଟା ମ୍ୟାଜିକ ଗାଡିଟି ପାଣିକୋଇଲି ପଟୁ ପାଞ୍ଚଗୋଟି ଗୋରୁ ବୋଝେଇ ବାଲେଶ୍ୱର ଅଭିମୁଖେ ଯାଉଥିଲା । ଜାତୀୟ ରାଜପଥର ଡାହାଲା ଠାରେ ଥାନା ପକ୍ଷରୁ ବଡିଭୋର ସମୟରୁ ପେଟ୍ରୋଲିଂ ଚାଲିଥିବାବେଳେ ଗାଡିଟି ପୁଲିସ ହାବୁଡରେ ପଡିଥିଲା । ପୁଲିସ ଗାଡିକୁ ଥାନାକୁ ଆଣିଥିବାବେଳେ ସେଥିରୁ ଉଦ୍ଧାର ୫ଗୋଟି ଗୋରୁକୁ ମଇତାପୁର ଗୋଶାଳାକୁ ପଠାଯାଇଛି । ଏହାସହିତ ଗାଡିଚାଳକ ମହେଶ୍ୱର ବେହେରା ଓ ଖଲାସୀ ତପନ ସେଠୀଙ୍କୁ ଗିରଫ କରି ୧୩୬/୨୧ରେ ମାମଲା ରୁଜ୍ଜୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ