ଦୁର୍ଘଟଣାରେ ଦୁର୍ଦ୍ଦାନ୍ତ ଯୁବକ ଗୁରୁତର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ଥାନା ରାମଚନ୍ଦ୍ରପୁର ପଞ୍ଚାୟତ ଛତାବର ଗ୍ରାମର ସୁକାନ୍ତ ସାମଲ(ଚକା) ଦୁର୍ଘଟଣାରେ ଆହତ ହୋଇଥିବା ଜଣାପଡିଛି । ଚକା ଏକ ମୋଟର ସାଇକେଲ ଯୋଗେ ନୟାଗଡ ଦସପଲ୍ଲା ଅଞ୍ଚଳରୁ ଆସୁଥିବାବେଳେ ଗତକାଲି ବିଳମ୍ବିତ ରାତ୍ରୀରେ ଦୁର୍ଘଟଣାରେ ଆହତ ହୋଇଥିଲେ । ତାଙ୍କ ମୁଣ୍ଡ, ଛାତି ଓ ଗୋଡରେ ଆଘାତ ଲାଗିଥିବାବେଳେ ସେ ଏବେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଏଠାରେ ସୂଚିତ ଚକା ଜଣେ ବିଶୃଙ୍ଖଳିତ ଯୁବକ ଭାବେ ଅଞ୍ଚଳରେ ପରିଚିତ ଥିବାବେଳେ ସ୍ଥାନୀୟ ଥାନାରେ ତାନାମରେ ୬ରୁଅଧିକ ମାମଲା ରହିଥିବା ସୂଚନା ଦିଆଯାଇଛି । ଗତଚାରିମାସ ପୂର୍ବରୁ ଗଣ୍ଡଗୋଳ ଓ ଦାଦାବଟି ଆଦାୟ ଅଭିଯୋଗରେ ପୋଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ