ଗୋରୁମହିଷାଣୀ ନୂତନ ଥାନାଧିକାରୀଙ୍କୁ ଆମ୍ବେଦକୟ ଓ୍ବେଲଫେୟାର ଆସୋସିଏସନ ତରଫରୁ ସମ୍ବର୍ଦ୍ଧନା
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲା ସିମାନ୍ତ ଗୋରୁମହିଷାଣୀ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନାଧିକାରୀ ନିରୋଜ ସାମଲଙ୍କୁ ଆମ୍ବେଦକର ଓ।ବେଲ ଫେୟାର ଆସୋସିଏସନ ସଭାପତି ଦୟାନୀଧୀ ମହାକୁଡ ଏବଂ ଅନ୍ୟ କାର୍ୟ୍ୟକର୍ତ୍ତାମାନେ ପୁଷ୍ପଗୁଛ ଦେଇ ସ୍ବାଗତ ଓ ସମ୍ବର୍ଦ୍ଧିତ କରିଥିଲେ ।ତଦସହ ଅଂଚଳର ଆଇନ ଶୃଙ୍ଖଳା,ବେଆଇନ ଚୁଲେଇ ମଦରନ୍ଧା,ନିଶା କାରବାର,ଚୋରୀ,ବରିଷ୍ଠ ନାଗରିକ ଓ ଅସହାୟଙ୍କ ସୁରକ୍ଷା ଉପରେ ଆଲୋଚନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ତାଙ୍କ ସହିତ ହମ୍ବାଇ କିସ୍କୁ,ଅମିତ ସାହୁ,ଦିଲିପ ସେଠୀ,ମନୋଜ ମୁଦୁଲୀ,ଶିବ ବିନ୍ଧାଣୀ,ସାଲହ ମାଝୀ,ପ୍ରଦୀପ କାଳନ୍ଦୀ ପ୍ରମୁଖ ସାମିଲ ହୋଇଥିଲେ ।