ଗୋରୁ ଗାଡ଼ି ଜବତ

ନିମାପଡ଼ା, (ସନ୍ତୋଷ ଦାଶ):ରାଜ୍ୟରେ ଥମୁନି ବେଆଇନ ଗୋରୁଚାଲାଣ । ବାହାର ରାଜ୍ୟକୁ ଗୋ ଚାଲାଣ କରି ମାଲାମାଲ ହେଉଛନ୍ତି ଗୋ ମାଫିଆ । ପୁରୀ ଜିଲ୍ଲା ଚାରିଛକ ଥାନା ଅଞ୍ଚଳରେ ଦିନକୁ ଦିନ ଗୋ ମାଂସ ଏବଂ ଗୋ ଚାଲାଣ ବଢୁଥିବା ନେଇ ଅଭିଯୋଗ ହୋଇଛି। ୧୦ ଦିନ ତଳେ ଏକ ଗୋ ବୋଝେଇ ମାଂସ ଗାଡି ଜବତ ହୋଇଥିବା ବେଳେ ପୁଣି ଏକ ଗୋ ଚାଲାଣ ଗାଡିକୁ ଜବତ କରି ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ ।ସୂଚନା ଅନୁସାରେ, ଆଜି ଏକ ଗାଈ ବୋଝେଇ ପିକଅପ୍ ନଂ ଓ ଡି ୨୨ଜେ ୨୩୨୪କୁ ସ୍ଥାନୀୟ ଲୋକମାନେ ଜବତ କରିବା ସହ ଚାରିଛକ ଥାନା ପୋଲିସ ଜିମା ଦେଇଛନ୍ତି। ଚାରିଛକ ବଜାର ଉପରେ ଏହି ଗୋରୁ ବୋଝେଇ ପିକଅପ ଭ୍ୟାନଟି ଜବତ ହୋଇଥିବା ସୂଚନା ମିଳିଛି।‌ ଗତ ୧୧ ତାରିଖ ଦିନ ୧୦ କୁଇଣ୍ଟାଲ ଗୋ ମାଂସକୁ ସ୍ଥାନୀୟ ଲୋକ ଜଵତ କରି ପୋଲିସ ଜିମା ଦେଇଥିଲେ। ଏହି ଘଟଣାରେ କେବଳ ଡ୍ରାଇଭରକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଗୋ ଚାଲାଣରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କେବେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ସେନେଇ ସାଧାରଣ ପ୍ରଶ୍ନ ସୃଷ୍ଟି ହେଉଛି।‌ ଅନ୍ୟପଟେ ଯେଉଁମାନେ ଗୋମାଂସ ଜବତ କରି ପୋଲିସ ଜିମା ଦେଇଥିଲେ ସେମାନଙ୍କୁ ଗୋ ଚାଲାଣରେ ସମ୍ପୃକ୍ତ ମାଫିଆ ମାନେ ବୋମାମାଡ ପାଇଁ ଧମକ ଦେଉଥିବା ନେଇ ଅଭିଯୋଗ ହୋଇଛି । ଚାରିଛକ ଥାନା ଅନ୍ତର୍ଗତ କୁସୁମାଠେଙ୍ଗ ଓ କଳାପାଞ୍ଚଣ ଠାରୁ ମାଫିଆ ମାନେ କଲିକତା ଅଞ୍ଚଳ କୁ ନିୟମିତ ଗୋ ଚାଲାଣ କରୁଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ