ଗୋରୁ ଗାଡି ଜବତ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଆଜି ଏକ ବେଆଇନ ଗୋରୁ ଗାଡି ଜବତ କରାଯାଇଥିବା ବେଳେ ଦୁଇଜଣକୁ ଗିରଫ କରାଯାଇଛି। ଓଡ଼ି୦୫ଏଭି୭୨୩୨ ପିକଅପ ଭ୍ୟାନଟି ୪ଗୋଟି ଗୋରୁ ବୋଝେଇ କରି ଯାଜପୁର ପଟୁ ବାଲେଶ୍ଵର ଅଭିମୁଖେ ଆସୁଥିବା ବେଳେ ଭଣ୍ଡାରିପୋଖରୀ ପୁଲିସ ଚେକ ପୋଷ୍ଟ ପାଖରେ ଏହା ଧରାପଡିଥିଲା । ଉଦ୍ଧାର ହୋଇଥିବା ୪ଗୋଟି ଗୋରୁକୁ ଗୋଶାଳାକୁ ପଠାଯାଇଥିବା ବେଳେ ଗାଡି ଡ୍ରାଇଭର ପ୍ରଶାନ୍ତ ମଲ୍ଲିକ ଓ ହେଲପର ଲକ୍ଷ୍ମୀଧର ମଲ୍ଲିକକୁ ପୁଲିସ ଗିରଫ କରିଛି। ଏନେଇ ଥାନା ପକ୍ଷରୁ ୩୩୧/୨୧ରେ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି ।