ଗୋରୁ ଟ୍ରକ ଜବତ, ଦୁଇ ଗିରଫ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ଭାରପ୍ରାପ୍ତ ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନିର୍ଦେଶ କ୍ରମେ ଗତ ରବିବାର ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ଟ୍ରକକୁ ପୋଲିସ ଜବତ କରିଛି। ପୁଲିସ ପେଟ୍ରୋଲିଂ ଚାଲିଥିବାବେଳେ ଓଡ଼ି୦୧ଏସି୦୫୨୫ ଟ୍ରକଟି ସାହାପୁର ହାଟରୁ ୪୪ଗୋଟି ଗୋରୁ ବୋଝେଇ କରି ଜଳେଶ୍ବର ଅଭିମୁଖେ ଯାଉଥିଲା। ଜାତୀୟ ରାଜପଥର ପାଳଦାବାଙ୍କ ଠାରେ ପୁଲିସ ପେଟ୍ରୋଲିଂ ଗାଡି ଏହାକୁ ଜବତ କରି ଟ୍ରକ ଚାଳକ ପ୍ରଦୀପ କୁମାର ନାୟକ ଓ ରଞ୍ଜନ କୁମାର ନାୟକଙ୍କୁ ଗିରଫ କରିଥିଲା। ଏହା ସହିତ ସେମାନଙ୍କ ନିକଟରୁ ଦୁଇ ଗୋଟି ମୋବାଇଲ ଫୋନ ଜବତ ହୋଇଥିବା ସୂଚନା ଦିଆଯାଇଛି। ଗୋରୁ ଗୁଡିକୁ ମଇତାପୁର ଗୋଶାଳାକୁ ପଠା ଯାଇଥିବା ବେଳେ ୨୮୬/୨୧ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ