ଗୋଲାପଲ୍ଲୀ କସ୍ତୁରବା ବୃଦ୍ଧାଶ୍ରମ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା) :ଆଜାଦି କା ଅମୃତ ମହୋତ୍ସବ ଅବସରରେ ଭାରତ ସରକାରଙ୍କ ଶ୍ରମ ଓ କର୍ମୀଙ୍କ ମନ୍ତ୍ରଣାଳୟ ଅଧିନସ୍ଥ ଦତପନ୍ତ ଥେଙ୍ଗାଡି ଜାତୀୟ ଶ୍ରମିକ ଶିକ୍ଷା ଏବଂ ବିକାଶ ବୋର୍ଡ ସହଯୋଗରେ ଛତ୍ରପୁର ର ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ଛତ୍ରପୁର ବ୍ଲକର ଭିକାରିପଲ୍ଲୀ ପଂଚାୟତର ଗୋଲାପଲ୍ଲୀ କସ୍ତୁରବା ବୃଦ୍ଧାଶ୍ରମ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଯଶୋଦା ଫାଉଣ୍ଡେସନ୍ ର ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓକେସିଏଲର ଗଞ୍ଜାମ ଜିଲ୍ଲା ମୁଖ୍ୟ ଏସ୍‌. ରେଖା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶ୍ରମ ବିଭାଗ ଆଂଚଳିକ ନିର୍ଦ୍ଦେଶକ ସରୋଜ ବେହେରା, ନେହେରୁ ଯୁବ କେନ୍ଦ୍ର ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅକ୍ଷୟ ନିପାଣେ, ଛତ୍ରପୁର ରୋଟାରୀ କ୍ଲବ ସମ୍ପାଦିକା ସ୍ୱାଗତିକା ସାମନ୍ତରାୟ, ପୂର୍ବତନ ବିଧାୟକ ଅଶୋକ ଚୌଧୂରୀ, ଶିକ୍ଷାବିତ୍ କୃପାସିନ୍ଧୁ ପଣ୍ଡା, ଗୋପାଳପୁର ମହାବିଦ୍ୟାଳୟର ରାଜନିତୀ ବିଜ୍ଞାନ ଅଧ୍ୟାପିକା ଡ. ରଞ୍ଜିତା ବେହେରା, ଭିକାରିପଲ୍ଲୀ ସରପଂଚ ମମତା ସୁବୁଦ୍ଧି ଓ ମଥୁରା ସୁବୁଦ୍ଧି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଦେଶର ସାର୍ବଭୌମ ଅଗ୍ରଗତି ପାଇଁ ସୈନିକ, କୃଷକ ଓ ବୈଜ୍ଞାନିକଙ୍କ ସହ ନାରୀଶକ୍ତିର ଗୁରୁତ୍ୱ ଦୃଷ୍ଟିରୁ ଜୟ ଜବାନ ଓ ଜୟ କିଷାନ ଜୟ ବିଜ୍ଞାନ ସହ ଜୟ ଜନନୀ ବର୍ତ୍ତମାନର ଆବଶ୍ୟକତା ବୋଲି ବକ୍ତା ମାନେ ଆହ୍ୱାନ ଦେଇଥିଲେ । ବୋର୍ଡର ଆଂଚଳିକ ଶିକ୍ଷାଧିକାରୀ ସ୍ନେହ ରଞ୍ଜନ ଗୋଚ୍ଛାୟତ, ସତ୍ୟ ପ୍ରସାଦ ଲେଙ୍କା, ପେଡ ଅନୁଷ୍ଠାନର ସମ୍ପାଦକ ଧିରେନ୍ଦ୍ର ପଣ୍ଡା ପ୍ରମୁଖ କାର୍ଯ୍ୟଜକ୍ରମର ଆୟୋଜନ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରକାର ଫୁଲ ଚାଷ କରି ରାଜ୍ୟ ଓ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ନୂଆପଲ୍ଲୀ ଗ୍ରାମର ମିଶନ ଶକ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଯଶୋଦା ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ମହିଳା ମାନଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ