ଗୋଲାପି ଝରଣା
ଆପଣମାନେ ଜାଣିଥିବେ ଏକ ଗୋଲାପି ଝରଣା ରହିଛି ବୋଲି? ଏହି ଝରଣାଟି ରହିଛି ଅଷ୍ଟ୍ରେଲିଆରେ । ଏହାକୁ କୌଣସି ଆଶ୍ଚର୍ଯ୍ୟରୁ କମ୍ ନୁହେଁ ବୋଲି କୁହାଯାଏ । ଦେଶ ବିଦେଶରେ ଅନେକ ଝରଣା ରହିଥିଲେ ବି ଏପରି ଝରଣା ଆଉ କେଉଁଠି ଦେଖିବାକୁ ମିଳେନି । ଏହିି ଝରଣା ପର୍ଯ୍ୟଟକଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି । ଏହିି ଅଜବ ପ୍ରକାରର ବିଶେଷତ୍ୱ କାରଣରୁ ପର୍ଯ୍ୟଟନ ଋତୁ କାଳରେ ଲୋକମାନେ ଅଷ୍ଟ୍ରେଲିଆକୁ ଆସିଥାନ୍ତି ଓ ଏହାକୁ ନଦେଖିବା ପର୍ଯ୍ୟନ୍ତ ଫେରନ୍ତିନି । ଏହି ଝରଣାଟି ସେତେଟା ବଡ଼ ନୁହେଁ, ତଥାପି ଲୋକମାନେ ଏହାର ଆକର୍ଷଣକୁ ଭୁଲିପାରନ୍ତିନି । ଏହି ଝରଣାରେ ଲୁଣର ମାତ୍ରା ବହୁତ କମ୍ । ଝରଣାରେ ସୂର୍ଯ୍ୟଙ୍କର କିରଣ ଯେମିତି ପଡ଼ିବାକୁ ଲାଗେ ସେତିକି ସେତିକି ଏହାର ରଙ୍ଗର ପରିବର୍ତ୍ତନ ଘଟେ । ଏହି ଝରଣାର ଚାରିପାଖରେ ୟୁକାଲିପଟାସ ଓ ପେପର ୱାର୍କ ଗଛମାନ ଘେରି ହୋଇରହିଛି । ଝରଣାରେ ଏକ ପ୍ରକାରର ମାଛ ରହିଛି, ଯାହାକି ସୂର୍ଯ୍ୟ କିରଣ ପଡ଼ିବା ସହିତ ସେମାନେ ଉପରକୁ ଉଠନ୍ତି । ଏହି ମାଛମାନଙ୍କ ଯୋଗୁଁ ଝରଣାର ରଙ୍ଗ ଗୋଲାପି ଦେଖାଯାଏ ।


