ମାଆ ଲକ୍ଷ୍ମୀଙ୍କୁ ସନ୍ତୁୂଷ୍ଟ କରିବାର ଉପାୟ
ହିନ୍ଦୁ ପରମ୍ପରାରେ ଗୁରୁବାରକୁ ମାତା ଲକ୍ଷ୍ମୀଙ୍କର ଦିବସ ଭାବେ କୁହାଯାଏ । ଏହିଦିନ ଯେଉଁମାନେ ନିଷ୍ଠାପର ହୃଦୟରେ ମାଆ ଲକ୍ଷ୍ମୀଙ୍କୁ ଧ୍ୟାନ କରନ୍ତି ମାଆ ସେମାନଙ୍କ ଉପରେ ସନ୍ତୁଷ୍ଟ ହୋଇଥାନ୍ତି ଓ ସବୁବେଳେ ତାଙ୍କ ଗୃହରେ ଧନ ବର୍ଷା ହୁଏ । କିନ୍ତୁ ଏହିଦିନ କିଛି ଏମିତି ଉପାୟ କରିବା ଦରକାର, ଯାହା ଦ୍ୱାରା ସବୁବେଳେ ଧନ ବର୍ଷା ହେବ । ନିମ୍ନରୁ ଜାଣନ୍ତୁ ଏହି ଉପାୟ । ଗୁରୁବାର ସନ୍ଧ୍ୟା ସମୟରେ ଗୃହରେ ଝାଡୁ ପୋଛା କରନ୍ତୁନି, କାରଣ ଉକ୍ତ ସମୟରେ ମାଆ ଲକ୍ଷ୍ମୀ ଗୃହ ଗୃହ ବୁଲିଥାନ୍ତି ବୋଲି ବିଶ୍ୱାସ ରହିଛି ।ପିମ୍ପୁଡ଼ିକୁ ଚିନି ବା ଅଟା ଖୁଆନ୍ତୁ । ଶୁକ୍ଳପକ୍ଷ କୌଣସି ଗୁରୁବାର ଦିନ ରାତି ୧୨ଟା ପରେ ଗାଧୋଇ ଶୁକ୍ଳ ବସ୍ତ୍ର ପରିଧାନ କରି ଏକ ଏକାନ୍ତ ସ୍ଥାନରେ ପଟି ରଖି, ତାହା ଉପରେ ଲାଲ କପଡ଼ା ପକାନ୍ତୁ । ଏହି କପଡ଼ା ଉପରେ ହଳଦିଆ ଫୁଲର ଏକ ଆସ୍ତରଣ କରନ୍ତୁ । ଏହାଉପରେ ଶ୍ରୀଚକ୍ର ସ୍ଥାପନା କରି ‘ ଓଁ ହ୍ରୀଂ ଶ୍ରୀଂ ହ୍ରୀଂ ନମଃ’ ମନ୍ତ୍ରକୁ ୫୧ ଥର ଜପ କରି ଚକ୍ରକୁ ସିନ୍ଦୂକ ବା ଆଲମାରୀରେ ରଖନ୍ତୁ । ଏହାପରେ ଏଗାରଦିନ ପରେ ଏହି ଚକ୍ରକୁ ବହୁଥିବା ଜଳରେ ପ୍ରବାହିତ କରନ୍ତୁ । ପୂଜାରେ ଲାଗିଥିବା ଫୁଲ ବା ମଉଳା ଫୁୁଲକୁ ରଖନ୍ତୁନି, ଏହାଦ୍ୱାରା ଅଶୁଭ ଫଳ ମିଳିବ ।
ପଦ୍ମ କଢିମାଳା ମାଆ ଲକ୍ଷ୍ମୀଙ୍କୁ ପିନ୍ଧାଇ କୌଣସି ନଦୀ ବା ପୁଷ୍କରିଣୀରେ ବିସର୍ଜିତ କରନ୍ତୁ, କାରଣ ଏହା କରିବା ଦ୍ୱାରା ଗୃହରେ ନିରନ୍ତରଭାବେ ଲକ୍ଷ୍ମୀ ବିରାଜିତ ହେବେ । ବେପାର ସମ୍ବନ୍ଧୀୟ ପୁସ୍ତକ ଉପରେ କେଶର ଛିଟା ପକାନ୍ତୁ ।


