ଗୋଲାପ, ଅର୍କିଟ ଓ ଜାର୍ବେରା ଫୁଲ ଚାଷକୁ ପରିଦର୍ଶନ କରି ଖୁସି ଏନଡିସିର ୨୫ ଜଣିଆ ପ୍ରତିନିଧି ଦଳ

ଛତ୍ରପୁର (ଦେବଦତ୍ତ ମହାରଣା): ନୂଆପଲ୍ଲୀ ଗ୍ରାମରେ ଚାଲିଥିବା ଗୋଲାପ ଜାର୍ବେରା ଓ ଅର୍କିଟ ଫୁଲ ଚାଷ କ୍ଷେତ କୁ ଆଜି ପରିଦର୍ଶନ କରିଛନ୍ତି ନ୍ୟାସନାଲ ଡିଫେନ୍ସ କଲେଜ ର (ଏନଡିସି) ଏକ ୨୫ ଜଣିଆ ପ୍ରତିନିଧି ଦଳ । ଓଡିଶା ଜିବୀକା ମିଶନ୍ ପକ୍ଷରୁ ଛତ୍ରପୁର ବ୍ଲକ ଭିକାରିପଲ୍ଲୀ ଗ୍ରାମ ପଂଚାୟତ ଅନ୍ତର୍ଗତ ନୁଆପଲ୍ଲୀ ଗ୍ରାମରେ ୫ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ମାନଙ୍କ ପକ୍ଷରୁ କରାଯାଇଥିବା ଗୋଲାପ ,ଜାର୍ବେରା ଓ ଅର୍କିଟ ଫୁଲ ଚାଷ କ୍ଷେତ କୁ ଆଜି ନ୍ୟାସନାଲ ଡିଫେନ୍ସ କଲେଜ ର (ଏନଡିସି) ଏକ ୨୫ ଜଣିଆ ପ୍ରତିନିଧି ଦଳ ପରିଦର୍ଶନ କରି ଉଚ୍ଚ କୋଟିର ପ୍ରଶଂସା କରିଛନ୍ତି । ଭାରତ, ଜାପାନ, କେନିଆ, ଆମେରିକା, ନେପାଳ, ନାଇଜେରିଆ ସମେତ ୭ଟି ଦେଶର ନ୍ୟାସନାଲ ଡିଫେନ୍ସ କଲେଜର ବରିଷ୍ଟ ଡିଫେନ୍ସ ଅଧିକାରୀ ମାନେ ଆଜି ଏହି କ୍ଷେତ ପରିଦର୍ଶନ କରିବା ସହିତ ସମସ୍ତେ ୧୨୦୦ ସ୍କୋର ମିଟର ପରିସୀମା ମଧ୍ୟରେ କରାଯାଇଥିବା ଏହି ଗୋଲାପ, ଜାର୍ବେରା, ଅର୍କିଟ ଫୁଲ ଚାଷକୁ ବୁଲି ଦେଖିବା ସହ ଚାଷ ପ୍ରଣାଳୀ ସଂପର୍କରେ ମହିଳା ଗୋଷ୍ଠୀର ମା ମାନଙ୍କ ସହ ଆଲୋଚନା କରିଥିଲେ । ଏହା ଉନ୍ନତ ଧରଣର ହୋଇଥିବାରୁ ସମସ୍ତେ ପ୍ରଶଂସା କରିଥିଲେ । ଏହି ପରିଦର୍ଶନ ବେଳେ ୨୫ ଜଣିଆ ପ୍ରତିନିଧୀ ଦଳ ସହ ଡିଆରଡିଏ ପିଡି ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସ, ଓଡିଶା ଜିବିକା ମିଶନ୍ ର ଡିପିଏମ ନବୀନ କୁମାର ସେନାପତି, ଏପିଡି (କ୍ରେଡିଟ) ନଳିନୀ ମିଶ୍ର, ଉଦ୍ୟାନ ବିଭାଗର ବ୍ଲକ କୃଷି ଅଧିକାରୀ ସୌମ୍ୟା ପ୍ରିୟଦର୍ଶିନୀ, ଓଡିଶା ଜିବିକା ମିଶନ୍ ର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା, ଓରମାସ୍ ର ମାନସି ବେହେରା, ଭିକାରିପଲ୍ଲୀ ସରପଂଚ ଧବଳେଶ୍ୱର ପ୍ରଧାନଙ୍କ ସମେତ ୫ ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ