ଗୋଲିଆ ଗ୍ରାମରେ ମା ଶ୍ୟାମାକାଳୀ ପୂଜା ଅନୁଷ୍ଠିତ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମର ଶ୍ରୀ ଶ୍ରୀ ଲଙ୍ଗଳେଶ୍ବର ପାଠାଗାର ଆନୁକୂଲ୍ୟରେ ମା ଶ୍ୟାମାକାଳୀ ପୂଜା ପବିତ୍ର ଦୀପାବଳି ଦିନ ଅନୁଷ୍ଠିତ ହୋଇଯାଇଛି। ମା ଶ୍ୟାମାକାଳୀ ପୂଜା ଉପଲକ୍ଷେ ବୁଧବାର ଦିନ କଳସ ଯାତ୍ରା ହୋଇଥିବା ବେଳେ ଗୁରୁବାର ଦିନ ମା ଙ୍କ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା। ମା’ ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୁରୋହିତ ଭାବେ ଗୋଦାବରୀଶ ହୋତା, ପ୍ରମୋଦ ହୋତା ଓ ଶଶାଙ୍କ ଭୂଷଣ ରଥ ପ୍ରମୁଖ ଜୀବଦାନ ଦେଇ, ମା’ ଙ୍କ ପୂଜାର୍ଚ୍ଚନା କରିଥିବା ବେଳେ କାର୍ତ୍ତଭାବେ ଦଣ୍ଡପାଣି ସ୍ବାଇଁ ଓ ରୀନା ସ୍ବାଇଁ କାର୍ଯ୍ୟ ସମ୍ପାଦନା କରିଥିଲେ। ଏଭି ପୂଜା ପାଇ ଆକର୍ଷଣୀୟ ମେଢ଼ ଓ ଆଲୋକ ସଜ୍ଜାରେ ପୂଜା ମଣ୍ଡପ ଝଲସି ଉଠୁଥିବା ଦେଖିବାକୁ ମିଳିଥିଲା। ଗୋଲିଆର ଶ୍ରୀ ଶ୍ରୀ ଲଙ୍ଗଳେଶ୍ବର ପାଠାଗାରର ସଭାପତି ଶିବରାମ ମହାପାତ୍ର, ସମ୍ପାଦକ ମାନସ ରଞ୍ଜନ ପ୍ରଧାନ ଓ ସହ-ସମ୍ପାଦକ ପବିତ୍ର ପ୍ରଧାନ ପୂଜାକାର୍ଯ୍ୟ ପରିଚାଳନା କରୁଥିବା ବେଳେ ଗୋଲିଆ ଗ୍ରାମବାସୀ ସହଯୋଗ କରିଥିଲେ। ମା’ଙ୍କ ନଭେମ୍ବର ୧୦ ତାରିଖ ଦିନ ମାଆଙ୍କୁ ମେଲାଣି ଦେବା କାର୍ଯ୍ୟକ୍ରମ ଥିବାବେଳେ ନଭେମ୍ବର ୫ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ମାଁ ଙ୍କ ପୂଜା ମଣ୍ଡପ ନିକଟରେ ଘୃତ ଯଜ୍ଞ, ଅନ୍ନ ଯଜ୍ଞ, କାନିକା ଭୋଗ, ମା ଙ୍କ ଆଳତି ଗ୍ରାମ ପରିକ୍ରମା, ଦିବ୍ୟାଙ୍ଗ ମାନଙ୍କ ଦ୍ୱାରା ଭଜନ ପରିବେଷଣ ପ୍ରଭୃତି କାର୍ଯ୍ୟକ୍ରମ ରହିଥିବା ସମ୍ପାଦକ ମାନସ ରଞ୍ଜନ ପ୍ରଧାନ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ