ବିଧାୟକଙ୍କ ୬ ଟି ଗ୍ରାମ ପଞ୍ଚାୟତରେ ଜନସମ୍ପର୍କ ଯାତ୍ରା

ପୋଲସରା, (ଅନିଲ କୁମାର ମହାରଣା):ବିଜୁ ଜନତା ଦଳ ସଭାପତି ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ବିଜେଡି ପକ୍ଷରୁ ଜନସମ୍ପର୍କ ଯାତ୍ରା ଚାଲୁ ରହିଅଛି। ସେହି ପରିପ୍ରେକ୍ଷୀରେ ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଲସରା ବ୍ଲକର ୬ ଗୋଟି ପଞ୍ଚାୟତରେ ନଭେମ୍ବର ୫ ତାରିଖ ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଦଳୀୟ କର୍ମକର୍ତ୍ତାଙ୍କ ସହ ଜନସମ୍ପର୍କ ଯାତ୍ରାର ଆୟୋଜନ କରିଥିଲେ। ପୂର୍ବାହ୍ନରେ ବିଧାୟକ ବର୍ତ୍ତିନି, ସୋଡକ ଓ ଢୁଙ୍କାପଡା ଗ୍ରାମ ପଞ୍ଚାୟତ ଯାଇଥିବା ବେଳେ ଅପରାହ୍ନରେ ବଡ଼ ପଙ୍କଳବାଡ଼ି, ବୁଢେଇଶୁଣି ଓ ବେଲଗାଁ ଗ୍ରାମ ପଞ୍ଚାୟତକୁ ଯାଇଥିଲେ। ସମସ୍ତ ପଞ୍ଚାୟତରେ ଜନସାଧାରଣ ଓ ବିଜେଡି କର୍ମୀମାନଙ୍କ ସହ ଆଲୋଚନା କରି ଅଭାବ ଅସୁବିଧା ବିଷୟରେ ଆଲୋଚନା କରିବା ସହ ବିଜେଡି ସଂଗଠନ ସୁଦୃଢ ପାଇଁ ଆଲୋଚନା କରିଥିଲେ। ବିଧାୟକଙ୍କ ସହ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ, ସମ୍ପାଦକ ଅଶୋକ କୁମାର ବିଷୋୟୀ, ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା ଙ୍କ ସମେତ ସମସ୍ତ ପଞ୍ଚାୟତର ବିଜେଡି ସମର୍ଥିତ ଲୋକପ୍ରତିନିଧି ଓ ଦଳୀୟ କର୍ମୀ ବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ