ଗୋଲିଆ ପଞ୍ଚାୟତ ସହିତ ବିଭିନ୍ନ ଗ୍ରାମରେ ବୁଲିଲା ଭୋଟର ସଚେତନତା ରଥ
ବୁଗୁଡ଼ା, (ଅନିଲ କୁମାର ମହାରଣା):ଆଗାମୀ ୨୦୨୪ ନିର୍ବାଚନ ପ୍ରରିପେକ୍ଷୀରେ ଭୋଟର ମାନଙ୍କୁ ସଚେତନତା କରାଇବା ପାଇଁ ପ୍ରଥମ କରି ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀର ବୁଗୁଡା ବ୍ଳକ ଅନ୍ତର୍ଗତ ଗୋଲିଆ ପଞ୍ଚାୟତ ଠାରୁ ଇଭିଏମ୍ ,ଭି ଭି ପେଟ୍ ସଚେତନତା ରଥ ବୁଲିବା ଆରମ୍ଭ ହୋଇଯାଇଛି । ଆଗାମୀ ନିର୍ବାଚନରେ ଭୋଟର ମାନେ ଯେପରି ସହଜରେ ଭୋଟ ଦାନ କରି ପାରିବେ ସେ ନେଇ ବୁଗୁଡା ବ୍ଳକରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ପ୍ରଥମେ ଗୋଲିଆ ପଞ୍ଚାୟତରୁ ସଚେତନତା କାର୍ଯ୍ୟ ଆରମ୍ଭ ହୋଇ ସମସ୍ତ ପଞ୍ଚାୟତ ଓ ବୁଗୁଡା ଏନ୍ଏସିରେ ମତଦାନ ବିଷୟରେ ସଚେତନତା କରାଯିବା ନେଇ ବୁଗୁଡା ତହସିଲଦାର୍ ତାପସ ରାଉତ ପ୍ରକାଶ କରିଛନ୍ତି। ଇଭିଏମ୍ ,ଭି ଭି ପେଟ୍ ପ୍ରଚାର ଗାଡି ପ୍ରଚାର ସମୟରେ ଅପ୍ରିତିକର ପରିସ୍ଥିତି ସୁଷ୍ଟି ହେଲେ ତାହାର ମୁକାବିଲା ପାଇଁ ବ୍ଯାପକ ପୋଲିସ୍ ମୁତୟନ କରାଯାଇଛି ।ପ୍ରଥମ ଦିନ ବୁଗୁଡା ତହସିଲଦାରଙ୍କ ଉପସ୍ଥିତରେ ପ୍ରଚାର ଗାଡି ଆଜି ଗୋଲିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଉପସ୍ଥିତ ରହି ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।


