ଗୋଳାବନ୍ଧରେ ଶିକ୍ଷକଙ୍କ ବାଇକ୍ ଭଙ୍ଗାରୁଜା : ୪ ଜଣ ଗିରଫ

ବୁଗୁଡ଼ା,(ଅନିଲ କୁମାର ମହାରଣା): ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଗୋଳାବନ୍ଧ ଓ ଚିଲିଖମା ଗ୍ରାମବାସୀଙ୍କ ମଧ୍ୟରେ ଜମିକୁ ପାଣି ମଡେଇବାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଘଟିଥିଲା। ସେହି ଘଟଣା ନେଇ ବୁଗୁଡା ଥାନାରେ ଉଭୟ ଗୋଷ୍ଟିକୁ ନେଇ ଏକ କମିଟି ଗଠନ ହୋଇଥିଲେ ମଧ୍ୟ ଚିଲିଖମା ଗ୍ରାମର ମହାଦେବ ଗୌଡ ନାମକ ଜଣେ ଶିକ୍ଷକଙ୍କ ବାଇକକୁ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଗତ ୪ ତାରିଖ ରାତିରେ ମହାଦେବ ବ୍ରହ୍ମପୁରରୁ ବାଇକ୍ ଯୋଗେ ଗୋଳାବନ୍ଧ ଗ୍ରାମ ଦେଇ ନିଜ ଗ୍ରାମ ଚିଲିଖମାକୁ ଫେରୁଥିଲା ବେଳେ ଏଭଳି ଘଟଣାର ସମ୍ମୁଖୀନ ହୋଇଥିଲେ। ୫ ତାରିଖ ଦିନ ଏ ସମ୍ପର୍କରେ ବୁଗୁଡ଼ା ଥାନାରେ ଏତଲା ଦେଲାପରେ ଏନେଇ କେଶ ନଂ ୨୫୬/୨୦ ପ୍ରକାରେ ଏକ ମାମଲା ରୁଜୁ ହୋଇଥିଲା । ସୋମବାର ୭ ତାରିଖ ଦିନ ପୋଲିସ ଗୋଳାବନ୍ଧ ଗ୍ରାମର ସ୍ଵାଧୀନ କୁମାର ସ୍ୱାଇଁ, ବିଷ୍ନୁ ପ୍ରସାଦ ଜେନା, ସଂଜୟ ଜେନା ଓ କାଳିଆ ଜେନା ନାମକ ବ୍ଯକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ