ଗୋଳାବନ୍ଧ ଗ୍ରାମରେ ଆମ ପୋଲିସ ସମିତି ବୈଠକ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମର କୋଠଘର ମଣ୍ଡପରେ ନଭେମ୍ବର ୧୪ ତାରିଖ ଦିନ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ବୈଠକରେ ଯୋଗଦେଇ ବିଭିନ୍ନ ଆଇନ ସଂପର୍କରେ ସଚେତନ କରିଥିଲେ। ବୈଠକରେ ଉପସ୍ଥିତ ଜନସାଧାରଣ ଙ୍କୁ ବାଲ୍ୟ ବିବାହ ଆଇନ ବିରୋଧୀ କହିବା ସହ ଉପଯୁକ୍ତ ବୟସରେ ପୁଅ ଓ ଝିଅଙ୍କୁ ବିବାହ କରିବାକୁ ପରାମର୍ଶ ଦେଇଥିଲେ । ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସ କୁ ବିଶ୍ୱାସ ନକରିବାକୁ ଗୁରୁତ୍ୱ ଦେଇ ପରାମର୍ଶ ଦେଇଥିଲେ। ଗୁଣିଆ, ଖଟବିଦ୍ୟା ପ୍ରଭୃତି ସମ୍ପୂର୍ଣ୍ଣ ମିଥ୍ୟା ଉପରେ ଆଧାରିତ ଥିବାବେଳେ ଲୋକମାନେ ଅଯଥା ଆଇନକୁ ହାତକୁ ନେଉଥିବା ବେଳେ ସେଥିରୁ ନିବୃତ୍ତ ରହିବାକୁ ବୁଝାଇଥିଲେ। ଶିଶୁ ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ମଧ୍ୟ ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ ସମସ୍ତେ ସେଥିପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଥିଲେ । ଏଥିସହ ମହିଳା ନିର୍ଯ୍ୟାତନା, ବନ୍ୟଜନ୍ତୁ ଶିକାର ପ୍ରଭୃତି ବିଷୟରେ ମଧ୍ୟ ସଚେତନ କରାଇଥିଲେ । ଆସନ୍ତା ପଞ୍ଚାୟତ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳା ଓ ନିରପେକ୍ଷ ଭାବେ ଅନୁଷ୍ଠିତ ହେବ ସେଥିପାଇଁ ମଧ୍ୟ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ବୁଗୁଡା ଥାନା ଇଲାକା ମଧ୍ୟରେ କିପରି ଶାନ୍ତି ଶୃଙ୍ଖଳା ବଜାୟ ରହିବ ଓ ସମସ୍ତେ ଉପଯୁକ୍ତ ନ୍ୟାୟ ପାଇ ପାରିବେ ସେଥିପାଇଁ ପୋଲିସ ବାହିନୀ ସର୍ବଦା ସତର୍କ ରହିବା ସହ ପେଟ୍ରୋଲିଂ ବ୍ୟବସ୍ଥା ହେଉଥିବା ପ୍ରକାଶ କରିଥିଲେ । ଏହି ବୈଠକରେ ବହୁ ବ୍ୟକ୍ତି ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ