ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମୁନିସିପେଣ୍ଠ କୁ ଜନ ସଂଖ୍ୟା ସ୍ଥିତିକରଣ କାର୍ଯ୍ୟକ୍ରମ ଉପଲକ୍ଷେ

ଛତ୍ରପୁର, (ଦେବଦତ୍ତ ମହାରଣା) : ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମୁନିସିପେଣ୍ଠ କୁ ଜନ ସଂଖ୍ୟା ସ୍ଥିତିକରଣ କାର୍ଯ୍ୟକ୍ରମ ଉପଲକ୍ଷେ ସ୍ତ୍ରୀ ବନ୍ଧ୍ୟାକରଣ ରେ ପ୍ରଥମ ପୁରସ୍କାର ପ୍ରାପ୍ତ ହୋଇଛି। ଚଳିତ ବର୍ଷ ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମ ଓ ବିଗତ ବର୍ଷ ବାର୍ଷିକ ମହିଳା ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଗଂଜାମ ଜିଲ୍ଲା ରେ ତୃତୀୟ ସ୍ଥାନ ପ୍ରାପ୍ତ ହୋଇଛି । ଜ଼ୀଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ ଡା ଉମା ଶଙ୍କର ମିଶ୍ର ଙ୍କ ଦ୍ଵାରା ଓ ସମସ୍ତ ଜ଼ୀଲ୍ଲା ଅଧିକାରୀ ଙ୍କ ଉପସ୍ଥିତ ରେ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ କୁ ପୂର୍ବତନ ସୁପରିନଟେନଡେଣ୍ଟ ଡା ଜ୍ଞାନେନ୍ଦ୍ର କୁମାର ପାତ୍ର ଓ ମେଡିକାଲ ଅଫିସର ଡା ସନ୍ତୋଶିନୀ ସେଠି ଙ୍କ ନିର୍ଦେଶ କ୍ରମେ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ବରୁଣ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ । ବିପିମ ଶ୍ରୀ ସୀମାଞ୍ଚଳ ପ୍ରଧାନ ଙ୍କ ସମ୍ପୂର୍ଣ୍ଣ ସହଯୋଗ କ୍ରମେ ଡା ସରୋଜ ସାମଲ ଓ ଡା ମୋହନ ବାରିକ ଅସ୍ତ୍ରୋପଚାର କରିଥିଲେ । ଶ୍ରୀ ଶ୍ରୀକାନ୍ତ ଚୌଧରି, ଶ୍ରୀ କ୍ରିଷ୍ଣା ଚନ୍ଦ୍ର ଜେନା, ଶ୍ରୀ ମହେନ୍ଦ୍ର ବେହେରା, ପୂର୍ଣଚନ୍ଦ ବେହେରା ସହ ସମସ୍ତ ଏ ଏନ ଏମ ଓ ଆଶାକର୍ମୀ ହିତାଧିକାରୀ ଙ୍କୁ ଅସ୍ତ୍ରୋପଚାର ନିମନ୍ତେ ପ୍ରେରିତ କରିଥିଲେ । ଶ୍ରୀ ବସନ୍ତ ସୁବୁଦ୍ଧି, ସୁବାଷ ପଣ୍ଡା, ସଙ୍ଗୀତା ନିଶାଙ୍କ, ଦେବାଶିଷ ପାତ୍ର ଅସ୍ତ୍ରୋପଚାର କକ୍ଷ ରେ ସହଯୋଗ କରିଥିଲେ । ସୁପରିନଟେଡେଣ୍ଟ ଡା ସୁଦର୍ଶନ ସାହୁ ଉକ୍ତ ଉପଲବ୍ଧି ନିମନ୍ତେ ସମସ୍ତ ଟିମ କୁ ଶୁଭେଚ୍ଛା ଦେବା ସହ ଆଗାମୀ ଦିନ ରେ ଏହି କାର୍ଯ୍ୟଶୈଳୀ କୁ ବଜାୟ ରଖିବାକୁ ଉପଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ