ଗୋଷ୍ଠୀସ୍ତରୀୟ ଦକ୍ଷତା ଭିତିକ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଅଲଣା ପଂଚାୟତର କୁଣ୍ଡେଶ୍ୱର ପ୍ରାଥମିକ ବିଦ୍ୟାଳୟ ପରିସରରେ ପଂଚାୟତରେ ଥିବା ୪ଗୋଟି ଗାଁ କଲ୍ୟାଣ ସମିତିର ସଦସ୍ୟ ଓ ସଦସ୍ୟାମାନଙ୍କୁ ନେଇ ଗୋଷ୍ଠୀସ୍ତରୀୟ ଦକ୍ଷତା ଭିତିକ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୨୪ଜଣ ସଦସ୍ୟ ଓ ସଦସ୍ୟା ଭାଗ ନେଇଥିଲେ । ଏହି ଶିବିରରେ ପ୍ରଶିକ୍ଷକ ଭାବେ ଆୟୁଷ ବିଭାଗର ମେଡିକାଲ ଅଧିକାରୀ ଡା.ମଳୟ ମହାନ୍ତି, ନାଉଗାଁ ସ୍ୱାସ୍ଥ୍ୟ ପରିଦର୍ଶକ ତ୍ରିଲୋଚନ ମହାନ୍ତି ଯୋଗ ଦେଇ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଓ ସଦସ୍ୟାମାନଙ୍କୁ ସ୍ୱଚ୍ଛତା ଅଭିଯାନ ଅନ୍ତର୍ଗତ ଉନ୍ନତ ଜଳ, ପରିମଳ, ପରିଷ୍କାର ଓ ପରିଚ୍ଛନ, ଗାଁ କଲ୍ୟାଣ ସମିତି ମାଧ୍ୟମରେ ୧୧ମାସର ଅଭିଯାନ ଏବଂ ‘ବିଶ୍ୱାସ’ ବିଷୟରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମକୁ ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ