ଜୁଆ ଆଡ୍ଡା ଚଢ଼ାଉ ୮ ଗିରଫ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) : ପାଟପୁର ପୋଲିସ ରବିବାର ରାତିରେ ୨ ଟି ଜୁଆ ଆଡ୍ଡାରୁ ୮ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି l ସେମାନଙ୍କ ଠାରୁ ଦୁଇ ମୁଠା ତାସ ସହ ୩୨,୫୦୦ ଟଙ୍କା ଜବତ କରିଛି l ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରl ଓ ନିସ୍ତିପୂର୍ ଗ୍ରାମ ନିକଟ ଦୀର୍ଘଦିନ ଧରି ଚାଲିଥିବା ଜୁଆ ଆଡ୍ଡାରେ ପାଟପୁର ପୋଲିସ ଖବର ପାଇ ଚଢ଼ାଉ କରିବା ସହ ୮ ଯୁଆଡ଼ିଙ୍କୁ ଗିରଫ କରି ୩୨,୫୦୦ ଟଙ୍କା ଜବତ କରିଛି l ଅନ୍ୟ କେତେ ଜଣ ଅନ୍ଧାରର ସୁଯୋଗ ନେଇ ଚମ୍ପଟ ମାରିଥିଲେ l ଏନେଇ ପୋଲିସ ୨ ଟି ମାମଲା ରୁଜ୍ଜୁ କରିଥି ପାଟପୁର ଥାନା ଅଧିକାରୀ ଶବ୍ୟ ସାଚି ମଲ୍ଲ ସୂଚନା ଦେଇଛନ୍ତି l


