ଗୋଷ୍ଠୀ କେନ୍ଦ୍ର ଗୃହ ନିର୍ମାଣ ପାଇଁ ଭୂମି ପୂଜନ
ନାଉଗାଁ,: ଅଲଣାହାଟ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ପ୍ରଚେଷ୍ଠାରେ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟର ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠିରୁ ଗୋଷ୍ଠୀ କେନ୍ଦ୍ର ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ କରାଯାଇଥିଲା । ଗୃହ ନିର୍ମାଣ ପାଇଁ ସଂସଦ ପକ୍ଷରୁ ସ୍କୁଲ ପରିସରରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସଂସଦର ସଭାପତି ରବିନ୍ଦ୍ର ପଟ୍ଟନାୟକ, ସଂପାଦକ ଉତ୍କଳ ରଞନ ମହାନ୍ତି, ରାଜେନ୍ଦ୍ର ପ୍ରସାଦ ମହାନ୍ତି, ଅକ୍ଷୟ କୁମାର ସାହାଣୀ, ଡାକ୍ତର ରାଖାଲ ଚନ୍ଦ୍ର ରାୟ, ନବକିଶୋର ମହାନ୍ତି, ସଚ୍ଚିତାନନ୍ଦ ପରିଡା, ବଂଶୀଧର ବେହେରା, ବିପିନି ବିହାରୀ ବେହେରା, ବଂଶୀଧର ଆଚାର୍ଯ୍ୟ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଲ୍ଲାସ ଚନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତ ଥିଲେ ।