ବ୍ଲକସ୍ତରୀୟ ଶିଳ୍ପୋଦ୍ୟୋଗୀ ସପ୍ତାହ ପାଳିତ

ନାଉଗାଁ : ଜାମୁଗାଁସ୍ଥିତ ସରକାରୀ ପଲିଟେକନିକ କଲେଜ ପରିସରରେ ଜିଲ୍ଲା ଶିଳ୍ପୋଦ୍ୟୋଗ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଶିଳ୍ପୋଦ୍ୟୋଗୀ ସପ୍ତାହ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ କଲେଜର ମେକାନିକାଲ ଅଧ୍ୟାପକ ପ୍ରିୟବ୍ରତ ପଣ୍ଡା, ଇଲେକ୍ଟ୍ରିକାଲ ଅଧ୍ୟାପକ ଶୁଭ୍ରାଶୁଂ ରଞନ ସ୍ୱାଇଁ, ବରିଷ୍ଠ ଶିଳ୍ପ ବିକାଶ ଅଧିକାରୀ ଅଜିତ ପ୍ରସାଦ ଭୋଇ ସ୍ଥାନୀୟ ଶିଳ୍ପ ବିକାଶ ଅଧିକାରୀ କୃଷ୍ଣଚନ୍ଦ୍ର ସାମଲ ପ୍ରମୁଖ ଯୋଗଦେଇ ଥିଲେ । ଏଥିରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ସୂକ୍ଷ୍ମ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମାଧ୍ୟମରେ କିପରି ସ୍ୱାବଲମ୍ବୀ ହୋଇ ପାରିବ ଏହା ଉପରେ ସଚେତନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ