ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ଗ୍ରାମବାସୀଙ୍କ ଆନ୍ଦୋଳନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):କୋଭିଡ଼ କେୟାର ହେମ୍ରେ ରହୁଥିବା ପ୍ରବାସୀଙ୍କୁ ସର୍ମ୍ପକୀୟ ଘରୋଇ ଖାଦ୍ୟ ପ୍ରଦାନ କରୁଥିବା ଏବଂ ଖାଦ୍ୟ ପ୍ରଦାନ ପରେ ଗ୍ରାମବାସୀଙ୍କ ସହ ମିଳାମିଶା କରୁଥିବା ଅଭିଯୋଗ ହୋଇଛି । ଏହା ଦ୍ୱାରା ଗ୍ରାମରେ ଗୋଷ୍ଠୀ ସଂକ୍ରମଣ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏ କ୍ଷେତ୍ରରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ କରି ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି । ଏଭଳି ଏକ ଘଟଣା ଶୁକ୍ରବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ବ୍ଳକ ରାଳବ ଗ୍ରାମରେ ଦେଖିବାକୁ ମିଳିଛି । ପ୍ରକାଶ ଯେ, ରାଳବ ଗ୍ରାମ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ କେନ୍ଦ୍ରରେ ପ୍ରଶାସନ ପକ୍ଷରୁ କୋଭିଡ଼ କେୟାର ହୋମ ସ୍ଥାପନ କରାଯାଇଛି । ଉକ୍ତ କେନ୍ଦ୍ରରେ ସ୍ଥାନୀୟ ଗ୍ରାମର ପ୍ରବାସୀଙ୍କ ବ୍ୟତିତ ନିକଟସ୍ଥ ଗ୍ରାମର କିଛି ପ୍ରବାସୀଙ୍କୁ ରଖାଯିବାକୁ ନେଇ ଗ୍ରାମର କିଛି ବ୍ୟକ୍ତି ବିରୋଧ କରିଥିଲେ । ନିକଟସ୍ଥ ଗ୍ରାମର ଜଣେ ବ୍ୟକ୍ତି ସଂପୃକ୍ତ କୋଭିଡ଼ କେୟାର ହୋମରେ ରହୁଥିବା ଜୈନିକ ପ୍ରବାସୀଙ୍କ ପାଇଁ ଘରୁ ରନ୍ଧାଖାଦ୍ୟ ଯୋଗାଣ କରୁଥିବା ଅଭିଯୋଗ କରିଥିଲେ । ଗ୍ରାମର ଜନ ପ୍ରତିନିଧ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଗ୍ରାମର କିଛି ବ୍ୟକ୍ତି ଶୁକ୍ରବାର ସନ୍ଧ୍ୟାରେ ୩୬ ନଂ ରାଜ୍ୟ ରାଜପଥ ହିଞ୍ଜିଳି- ତରାତାରିଣୀ ରାସ୍ତାକୁ ଅବରୋଧ କରିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପଂହଚି ରାସ୍ତା ଅବରୋଧକ୍ାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ସଂପୃକ୍ତ କୋଭିଡ଼ କେୟାର ହୋମରେ ଅବସ୍ଥାନ କରୁଥିବା ପ୍ରବାସୀଙ୍କୁ ଯେପରି ସର୍ମ୍ପକୀୟ ବାହାର ଖାଦ୍ୟ ଯେପରି ପ୍ରଦାନ ନକରେ ସେ ନେଇ ନଜର ରଖିବାକୁ ପୁଲିସ ସଂପୃକ୍ତ ଗ୍ରାମର ସରଂପଚଙ୍କୁ ପରାମର୍ଶ ଦେଇଛି ।
ଫଟୋ- ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକ