ଗୋଷ୍ଠୀ ସଞ୍ଚାରିତ ସଂରକ୍ଷଣ ଓ ଜୀବିକା ଅଭିମୁଖ୍ୟ ଶୀର୍ଷକ କର୍ମଶାଳା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ସି ୱାଇଏସଡି ଠାରେ ଗୋଷ୍ଠୀ ଭିତ୍ତିକ ଜଙ୍ଗଲ ର ସୁରକ୍ଷା ତଥା ପରିବେଶ ଅନୁକୂଳ କୃଷି ବିକାଶ କ୍ଷେତ୍ରରେ ରାଜ୍ୟ ସ୍ତରୀୟ ସ୍ୱେଚ୍ଛାସେବୀ ସଂଗଠନ ନିର୍ମାଣ ଆନୁକୂଲ୍ୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି.ନିର୍ମାଣ ମୁଖ୍ୟ ପ୍ରଶାନ୍ତ ମହାନ୍ତି ମତବ୍ୟକ୍ତ କରି କହିଲେ ଯେ, ଗ୍ରାମବାସୀ ମାନେ ଜଙ୍ଗଲ ର ସୁରକ୍ଷା ପାଇଁ କରୁଥିବା ଉପାୟ କେତେଦୂର ସଫଳ ଓ ଫଳପ୍ରଦ ହୋଇଛି, ତାହାର ବୈଜ୍ଞାନିକ ଦୃଷ୍ଟି କୋଣ ଦ୍ୱାରା ସର୍ବ ସାଧାରଣ ରେ ପ୍ରକାଶ କରିବା ଆବଶ୍ୟକ.ଉଦ୍ଭିଦ ବିଜ୍ଞାନି ଡ଼ ହେମନ୍ତ କୁମାର ସାହୁ ଗୋଷ୍ଠୀ ସହାୟତା ରେ ଜଙ୍ଗଲ ର ସୁରକ୍ଷା, ପରିବେଶ ସୁରକ୍ଷା ଓ ନିରାପତ୍ତା ସମ୍ପର୍କ ରେ ଆଲୋକପାତ କରିଥିଲେ.ଡ଼ ଅରବିନ୍ଦ ବେହେରା,ଏକାଦଶୀ ନନ୍ଦୀ, ଭୁତତ୍ତ୍ୱବିତ ଅମ୍ରିତା ପାଖରାଶି ପ୍ରମୁଖ ଜଙ୍ଗଲ ସୁରକ୍ଷା, ପକ୍ଷୀ ସୁରକ୍ଷା ଓ ବୈଜ୍ଞାନିକ ପଦ୍ଧତି ରେ ପରିବେଶ, ଜଙ୍ଗଲ ସୁରକ୍ଷା, ଗୋଷ୍ଠୀ ଙ୍କ ଦ୍ୱାରା ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ.ଅରୁଣିମା ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରମୁଖ ଭୂମିକା ନେଇଥିବା ବେଳେ ବହୁ ପରିବେଶ ବିତ,ସାମାଜିକ ସଂଗଠନ ପ୍ରତିନିଧି ଯୋଗ ଦେଇ ନିଜ ନିଜ ର ମତାମତ ପ୍ରଦାନ କରିଥିଲେ.ଶେଷରେ ପ୍ରଶାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ