ପର୍ଯ୍ୟଟନସ୍ଥଳକୁ “ମୋ ବସ୍‌” ଗଡ଼ିବ କେବେ?

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପର୍ଯ୍ୟଟନ କ୍ଷେତ୍ରରେ ସ୍ୱର୍ଣ୍ଣିମ ନାଁ, ହେଲେ ମୋ ବସ୍ ସେବା ସାତ ସପନ । ଏହା କୌଣସି ଅପହଞ୍ଚ ଇଲାକା ବା ଉପାନ୍ତ ଅଞ୍ଚଳର ପର୍ଯ୍ୟଟନସ୍ଥଳର କଥା ନୁହେଁ । ଖୋଦ୍ ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱର ତଥା ଏକାମ୍ର କ୍ଷେତ୍ରର ଐତିହାସିକ ପର୍ଯ୍ୟଟନସ୍ଥଳ ଧଉଳିଗିରିର କଥା । ଯାହାକୁ ନେଇ ବିଶ୍ୱ ପର୍ଯ୍ୟଟନ ଦିବସରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସାମାଜିକ କର୍ମୀ ସୁଶାନ୍ତ ସାହୁ । ଏ ନେଇ ସେ ୨୦୧୭ ମସିହାରୁ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ, ମେୟର, ସ୍ମାର୍ଟ ସିଟି ଲିମିଟେଡ୍ ଅଧ୍ୟକ୍ଷ, ସ୍ମାର୍ଟ ସିଟି ପରିଚାଳନା ନିର୍ଦ୍ଦେଶକ, ସ୍ଥାନୀୟ ସରପଞ୍ଚଙ୍କୁ ଧଉଳିକୁ ମୋ ବସ୍ ସେବା ସଂପ୍ରସାରଣ କରିବା ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ସାହୁ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଏହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୭ ତାରିଖଟିକୁ ବିଶ୍ୱ ପର୍ଯ୍ୟଟନ ଦିବସ ରୂପେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ପର୍ଯ୍ୟଟନସ୍ଥଳ ଧଉଳିକୁ ମୋ ବସ୍ ନ ଗଡ଼ିବା ପରିତାପର ବିଷୟ ବୋଲି ଅନେକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମଧ୍ୟ ମତ ଦେଇଛନ୍ତି । ଶ୍ରୀ ସାହୁ ଏ ସମ୍ପର୍କରେ କୁହନ୍ତି, ଧଉଳି ପାହାଡ଼ରେ ସାଇତି ହୋଇ ରହିଛି ଓଡ଼ିଆଙ୍କ ପୁଳା ପୁଳା ସ୍ମୃତି ଆଉ ଐତିହ୍ୟ । ଶାନ୍ତିସ୍ତୁପ, ପ୍ରାଚୀନ ଭୈରଙ୍ଗେଶ୍ୱର ମନ୍ଦିର, ଧବଳେଶ୍ୱର ମନ୍ଦିର, ସଙ୍କଟେଶ୍ୱର ମନ୍ଦିର, ବୁଦ୍ଧ ମନ୍ଦିର, ଶାନ୍ତି ଉଦ୍ୟାନ ଓ ଅଶୋକଙ୍କ ଶିଳାଲିପି ସମେତ ପାହାଡ଼ ଉପରୁ ନଦୀ ଶର୍ଯ୍ୟା ଓ ସହରର ସୌନ୍ଦର୍ଯ୍ୟ ଏବଂ ଲାଇଟ୍ ଆଣ୍ଡ ସାଉଣ୍ଡ୍ ସୋ’ କାର୍ଯ୍ୟକ୍ରମ ଦେଖିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକ ଏଠାରେ ପହଞ୍ଚନ୍ତି । କିନ୍ତୁ ସ୍ମାର୍ଟ ସିଟିରୁ ସିଧା ସଳଖ ସାଧାରଣ ପରିବହନ ବ୍ୟବସ୍ଥାନ ଥିବାରୁ ଅଧିକ ଗବେଷକ ଓ ପର୍ଯ୍ୟଟକ ପହଞ୍ôଚବାର ସମ୍ଭାବନା ସତ୍ତ୍ୱେ ମଧ୍ୟ ପହଞ୍ôଚ ପାରିନଥାନ୍ତି । ଧଉଳି ଛକରୁ ତିନି କିଲୋମିଟର ଜଙ୍ଗଲିଆ ବିପଦସଙ୍କୁଳ ରାସ୍ତାରେ ପାଦଚଲାରେ ଯିବା ବ୍ୟତୀତ ଅନ୍ୟ ପନ୍ଥା ନାହିଁ ।କେବଳ ପର୍ଯ୍ୟଟକ ନୁହଁନ୍ତି – ଧଉଳି ପଞ୍ଚାୟତର ୧୨ଟି ଗାଆଁର ୫ ହଜାର ବାସିନ୍ଦା ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ପାଇଁ ଦୈନିକ ରାଜଧାନୀ ସହ ସମ୍ପର୍କ ରଖିଥାଆନ୍ତି । ବସ୍ ସେବା ନଥିବାରୁ ସେମାନଙ୍କର ଅର୍ଥନୀତି ପ୍ରଭାବିତ ହୁଏ, ଏତଦ୍ ସହ ଏଠାରେ ରହିଥିବା ଦୁଇଟି ଘରୋଇ କଲେଜର ଅଧ୍ୟୟନରତ ବିଦ୍ୟାର୍ଥୀମାନେ ପାଦଚଲା ରାସ୍ତାକୁ ଭରସା କରିଥାନ୍ତି । ମୋ ବସ୍ ସେବା କାର୍ଯ୍ୟକାରୀ ହେଲେ ଦେଶ ବିଦେଶର ପର୍ଯ୍ୟଟକ ଉପକୃତ ହେବା ସହ ଐତିହ୍ୟ କ୍ଷେତର ଗରିମା ମଧ୍ୟ ବୃଦ୍ଧି ପାଇପାରିବ । ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ, ସ୍ଥାନୀୟ ଲୋକ ପ୍ରତିନିଧି ପଦକ୍ଷେପ ନେବା ପାଇଁ ବିଶ୍ୱ ପର୍ଯ୍ୟଟନ ଦିବସରେ ସୁଶାନ୍ତ ଏକ ପ୍ରେସ୍ ବିବୃତ୍ତିରେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ