ଗୋ ଚାଲାଣକାରୀ ଅଟକ ୧୧ଗାଈ ଉଦ୍ଧାର

ଭଞ୍ଜନଗର,(ସନ୍ତୋଷକୁମାର ଜେନା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଭଞ୍ଜନଗର ଥାନା ସ୍ଥିତ ଜିଲୁଣ୍ଡି ଗ୍ରାମର ଯୁବକମାନେ ଗତକାଲି ଶନିବାର ରାତିରେ ଏକ ପିକ ଅପ୍ ଭ୍ୟାନ୍ ଗାଡ଼ିକୁ ଅଟକାଇ ସେଥିରୁ ୧୧ଟି ଗାଈକୁ ଉଦ୍ଧାର କରି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଗାଈ ଗୁଡିକୁ ଉଦ୍ଧାର କରି ଏକ ଗୋସାଳାକୁ ପଠାଇ ଦେଇଛି। ଗାଡ଼ିଚାଳକ ଲାଠିପଡ଼ାର ରବିନ୍ଦ୍ର ନାୟକଙ୍କୁ ଗିରଫ କରାଯାଇଛି ଓ ଅନ୍ୟ କିଛି ବ୍ୟକ୍ତି ସେଠାରୁ ଦୌଡ଼ି ପଳାଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୂର୍ବରୁ ସ୍ଥାନୀୟ ଲୋକଙ୍କ ଭୟରେ ଗୋଟିଏ ପଲସର ବାଇକକୁ ଛାଡି ପଳାଇଥିଲେ ଚାଲଣକାରୀଙ୍କ ସହଯୋଗୀ ମାନେ। ପ୍ରକାଶ ଯେ ରବିନ୍ଦ୍ର ବେଲଗୁଣ୍ଠା ଆମ୍ବପୁଆରୁ ଲାଠି ପଡାକୁ ନେଉଥିବାର ପ୍ରକାଶ କରିଥିଲେ । ୧୧ଟି ଗାଈ ଧରି ଲାଠିପଡା ଅଭିମୁଖେ ଆଜି ସକାଳେ ଯାଉଥିବା ବେଳେ ଭଞ୍ଜନଗର ନିକଟ ଜିଲୁଣ୍ଡି ଠାରେ କିଛି ଯୁବକ ଗାଈ ଗୁଡିକୁ ଏକ ଛୋଟିଆ ଗାଡିରେ ନିଆ ଯାଉଥିବା ଦେଖି ଗାଡ଼ି ଟିକୁ ଅଟକାଇ ଥିଲେ। ଏହାପରେ ସେମାନେ ପୋଲିସକୁ ସୂଚନା ଦେଇଥିଲେ ଓ ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଓ ଗାଈକୁ ଉଦ୍ଧାର କରିଥିଲେ।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ କିଛିଦିନ ହେଲା ଗୋରୁ ଚାଲାଣ କରୁଥିବା କିଛି ବେପାରୀ ଏହିପରି ଭାବେ ଗଳା ବାଟ ଦେଇ ଗୋରୁ ଚାଲାଣ କରୁଛନ୍ତି।ସ୍ଥାନୀୟ ଯୁବକଙ୍କ କହିବା କଥା ଯେ ହିନ୍ଦୁ ଧର୍ମ କୁ ଆଖି ଠାର କରି କିଛି ବିଧର୍ମୀ ଏହି ଗୋ ଚାଲାଣ କରୁଛନ୍ତି ଓ ଏହାକୁ ବରଦାସ୍ତ କରାଯିବନି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ