ଗୋ-ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟେ।ଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଉତ୍ତରବାଡ ବାଲିଆ ପଡିଆ ଠାରେ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଗୋପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ଓ ବିଶ୍ୱହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ଅବସରରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭଣ୍ଡାରିପୋଖରୀ ପ୍ରଖଣ୍ଡ ପକ୍ଷରୁ ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ବିପିନ ବିହାରୀ ପଣ୍ଡା ଏଥିରେ ଉପସ୍ଥିତ ରହି ବଳିଦାନ ଦିବସ ସମ୍ପର୍କରେ ସୂଚନା ଦେଇଥିବାବେଳେ ଜନ୍ମାଷ୍ଟମୀ ତିଥିରେ ଗୋପୂଜନ ମହତ୍ୱ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ । ଗୋମାତା ମାନଙ୍କୁ ପୁଷ୍ପ, ଧୂପ, ନୈବିଦ୍ୟ ଦେଇ ସଦସ୍ୟମାନେ ପୂଜାର୍ଚ୍ଚନା କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦର ବ୍ଲକ ସଭାପତି ରଥ କିଶୋର ସାମଲ, ବଜରଙ୍ଗ ଦଳର ସଂଯୋଜକ ଚନ୍ଦ୍ରଶେଖର ରାଉତ, ରଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଦସ୍ୟ ପ୍ରଦୀପ କୁମାର ଦାସ, ପ୍ରକାଶ ପାତ୍ର, ସୁଶାନ୍ତ କୁମାର କବି, ଗୋସେବକ କାର୍ତ୍ତିକ ଜେନା, ବିଭୂପଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ