ଗୋ ସମ୍ପଦ ଚିକିତ୍ସା ଓ ସଚେତନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ବ୍ଲକର ସିଧା ମଦଙ୍ଗ ଗ୍ରାମ ପଞ୍ଚାୟତର ସିଏଚ ଲକ୍ଷ୍ମୀ ପୁରରେ ଗୋସଂପଦ ଚିକିତ୍ସା ଶିବିର ଅନୁଷ୍ଠିତ ହୋଯାଇଅଛି । ଗଜପତି ଜିଲ୍ଲାମୁଖ୍ୟ ଗୋଚିକିତ୍ସା ଅଧିକାରୀ ଓ କାଶୀନଗର ମୋବାଇଲ୍ ଟିମ୍ ଏହି ଗ୍ରାମରେ ଏକ ଚିକିତ୍ସା ଶିବିର ଆୟୋଜନ କରିଥିଲେ । କିଛି ଗାଈଗୋରୁଙ୍କୁ ଚିକିତ୍ସା କରିବା ସହ ଆଗାମୀ ବର୍ଷା ଦିନ ପାଇଁ ଫାଟୁଆ ରୋଗ ,ଚଞ୍ଚା ରୋଗ ପାଇଁ ସଚେତନ କରିଥିଲେ ଗୋ ପାଳକ ମାନଙ୍କୁ ମାଗଣାରେ ଔଷଧ ବଣ୍ଟନ କରିଥିଲେ ।


