ଗୌଡ ଗାଁ ରେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ
ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କେ. ନୂଆଗାଁ ଥାନା ଅନ୍ତର୍ଗତ ଗୈାଡଗାଁ ବଜାର ସାହି ବାସିନ୍ଦା କେ . ଗଣେଶ ପାତ୍ର ନାମକ ଜଣେ ବ୍ୟବସାୟୀ ଙ୍କ ଘରୁ ଗୁରୁବାର ବିଳମ୍ବିତ ରାତିରେ ଘର କବାଟ ଭାଙ୍ଗି ଦୁବୃର୍ତ୍ତ ମାନେ ଘର ଭିତରୁ ବଡ଼ ଧରଣର ଚୋରି କରିବାରେ ସଫଳ ହୋଇପାରିଥିବା ଜଣାପଡିଛି । ଦୁବୃର୍ତ୍ତ ମାନେ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ୧୦୮ ଗ୍ରାମ ଓଜନର ସୁନାଗହଣା , ରୁପା ଓ ପ୍ରାୟ ୨ ହଜାର ଟଙ୍କା ଲୁଟି ନେଇଥିବା କେ . ନୂଆଗାଁ ଥାନାରେ ଅଭିଯୋଗ ହୋଇଛି । ଗଣେଶଙ୍କ ସ୍ତ୍ରୀ,ଦୁଇ ପୁଅ ଓ ବୋହୂ ସବୁଦିନ ଭଳି ଗୁରୁବାର ରାତି ପ୍ରାୟ ୧୦ ଟାରେ ଖାଇସାରି ଶୋଇ ପଡିଥିଲେ । ଲୁଟେରା ମାନେ ବିଳମ୍ବିତ ରାତିରେ ଘରର ବାରିପଟ କବାଟ ଭାଙ୍ଗି ଘରେ ପଶି ଠାକୁର ଘରେ ରଖାଯାଇଥିବା ସ୍ତ୍ରୀ ଓ ପିଲାମାନଙ୍କ ସୁନା ଚେଇନ୍ , କାନଫୁଲ , ନେକଲେସ୍ ଓ ରୁପାର ପାଉଁଜି ସମେତ ନଗଦ ୨ ହଜାର ଟଙ୍କା ଲୁଟି ନେବାସହ ଘରର ଆସବାବପତ୍ର ଜିନିଷ ଏଣେତେଣେ ଘରେ ଓ ବାହାରେ ଫୋପାଡି ଦେଇଥିଲେ । ଗଣେଶ ଶୁକ୍ରବାର ଭୋର ୪ ଟା ରେ ନିଦରୁ ଉଠି ଘର ମଧ୍ୟରେ ଆସବାବ ପତ୍ର ଏବଂ ସୁନା ଅଳଙ୍କାର ରଖାଯାଇଥିବା ପ୍ଲାଷ୍ଟିକ , ପିତ୍ତଳ ଫରୁଆ ସବୁ ଏଣେ ତେଣେ ପଡିଥିବା ଦେଖିବା ପରେ ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଏପରିକି ଦୁର୍ବୃତ୍ତ ମାନେ ରାତିରେ ବେଧଡକ ଭାବେ ଗଣେଶଙ୍କ ରୋଷେଇ ଘରେ ବଳକା ଥିବା ଇଡିଲି ପିଠା, ତରକାରୀ ଓ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟ ଖାଇବା ପରେ ସୁନା,ରୂପା ଅଳଙ୍କାର,ନଗଦ ଟଙ୍କା ନେଇ ଚମ୍ପ ଟ ମାରିଥିବା ଜଣାପଡିଛି। ଏନେଇ ଗଣେଶ କେ. ନୂଆଗାଁ ଥାନାରେ ଏତଲା ଦେବା ପରେ ଆଇ ଆଇ ସି ମାଧବାନନ୍ଦ ନାୟକ ମକଦ୍ଦମା ରୁଜୁ କରିବା ସହ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ଦ୍ଵାରା ତଦନ୍ତ କରିଥିଲେ ମଧ୍ୟ ରିପୋର୍ଟ ଲେଖାହେବା ସୁଦ୍ଧା ଚୋରି ଘଟଣା ରେ ପୋଲିସ କୁ ଠୋସ ଖିଅ ମିଳିପାରିନଥିବା ଚିକିଟି ଏସ ଡି ପି ଓ ସୁରେନ୍ଦ୍ର ନାଥ ମୁର୍ମୁ ସୂଚନା ଦେଇଛନ୍ତି।


