ଗୌତମ ଗୌଡ଼ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ଆସିକା ଦଳ ବିଜୟୀ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) : ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ଖେଳପଡ଼ିଆ ପରିସରରେ ରୟାଲ କ୍ରିକେଟ କ୍ଳବ ପକ୍ଷରୁ ବୁଧବାର ଗୌତମ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟର ସପ୍ତମ ଦିବସ ଚନ୍ଦ୍ରଗିରି କ୍ରିକେଟ କ୍ଳବ, ଓ ଅମରନାଥ କ୍ରିକେଟ କ୍ଳବ, ଆସିକା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ଚନ୍ଦ୍ରଗିରି ଦଳ, ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ମଧ୍ୟରୁ ୧୮.୩ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୦୦ ରନ୍ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଏକମାତ୍ର ଖେଳାଳୀ ଭାବେ ସ୍ମିଥ ହିଁ ୨ ଅଙ୍କ ବିଶିଷ୍ଟ ରନ୍ କରିବାକୁ ସକ୍ଷମ ହୋଇଥିଲେ । ୨୯ ବଲରୁ ୩୩ ରନ୍ ସଂଗ୍ରହ କରିଥିଲେ । ଜବାବରେ ବିପକ୍ଷ ଆସିକା ଦଳ ୧୩.୧ଓଭରରେ ୨ ଗୋଟି ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲେ । ଫଳରେ ଅମରନାଥ କ୍ରିକେଟ କ୍ଳବ, ଆସିକା ଦଳ ୮ ୱିକେଟରେ ବିଜୟ ଲାଭ କରିଥିଲା । ଆସିକା ଦଳର ଦେବଦତ ପ୍ରଧାନ ୪ ଓଭର ବୋଲିଂ କରି ୩ଟି ୱିକେଟ ଅକ୍ତିଆର କରିଥିବାରୁ ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଅଂଚଳର ବରିଷ୍ଠ ଖେଳାଳୀ ଲକ୍ଷ୍ମୀ ନାରାୟଣ ବିଶ୍ୱାସରାୟ ଯୋଗଦେଇ ସ୍ମିଥ୍‌ଙ୍କୁ ପୁରସ୍କୃତ କରିଥିଲେ । ଆମ୍ପାୟର ଭାବେ ଶଙ୍କର ପ୍ରସାଦ ସାବତ ଓ ନିଶିକାନ୍ତ ପଣ୍ଡା ମ୍ୟାଚ୍ ପରିଚାଳନା କରିଥିଲେ । ସ୍କୋରର ଭାବେ ହିନ ବେହେରା ଓ ଦିପକ ସେଠି ଦାୟିତ୍ୱ ନିର୍ବାହ କରିଥିଲେ । ଓମ ପାଢି, ଅନିଲ କୁମାର ମୁନି, ରୁପକ କୁମାର ସାହୁ, ଅଜିତ ପାଢି, ଜଗନ୍ନାଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ