ପଥର କୁଆଁରୀ କଲେ କରିବୁ ଆତ୍ମହତ୍ୟା

ପଥର କୁଆଁରୀ କଲେ କରିବୁ ଆତ୍ମହତ୍ୟା, ୟେ କୌଣସି ଯାତ୍ରା ରଙ୍ଗମଞ୍ଚ ନାଟକ ର ନାମ ନୁହଁ ।କିନ୍ତୁ ଏଭଳି ଢଙ୍ଗରେ ପ୍ରତିବାଦ କରିଛନ୍ତି ମୋହନା ତହସିଲ ଅନ୍ତର୍ଗତ ବାଘମାରୀ ପଞ୍ଚାୟତର ପେଜପାଣୀ ,ଫଟାଚାଞ୍ଚଡା, ଓ ସର୍ଗୀସାହି ଗ୍ରାମବାସୀ ।ସୂଚନାଯୋଗ୍ୟ ଯେ  ଓଡିଶା ସରକାରଙ୍କ ଲଘୁଖଣିଜ ସମ୍ପଦ ଦ୍ରବ୍ୟ ରିହାତି ନୀୟମାବଳୀ ୨୦୧୬ ପ୍ରକାରେ ଫଟାଚାଞ୍ଚଡା ମୌଜା ଖାତା ନମ୍ବର ୧୮ ପ୍ଲଟ୍ ନମ୍ବର ୧୭୨ ରକବା   ୧.୮୦୦ହେକ୍ଟର ପର୍ବତ କିସମକୁ  ଦୀର୍ଘ ମିଆଦି ଲିଜ୍ ସୂତ୍ରେ  ୨୦୧୭/୧୮ ଠାରୁ ୨୦୨୧/୨୨ ପର୍ଯ୍ୟନ୍ତ ଲିଜ୍ ଦେବା ପାଇଁ ମୋହନା ତହସିଲ ରୁ ଏହି ତିନି ଖଣ୍ଡ ଗ୍ରାମବାସୀଙ୍କୁ ଅବଗତ କରାଇବା ପାଇଁ ମୋହନା ତହସିଲ୍ କାର୍ଯ୍ୟାଳୟ ତରଫରୁ ବାଘମାରୀ ପଞ୍ଚାୟତ କୁ ଚିଠି କରାଯାଇଥିଲା ।ତେଣୁ ବାଘମାରୀ ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ଚିଠି ସଙ୍ଖ୍ୟା ୪୦ ପ୍ରକାରେ ତାରିଖ ୦୫/୦୩/୧୯ ରେ ଏହି ତିନି ଖଣ୍ଡ ଗ୍ରାମ ବାସୀଙ୍କୁ ଜଣାଇଦିଆଯାଇଥିଲା । ତେଣୁ ୦୮/୦୩/୧୯ ରିଖ ପୂର୍ବାହ୍ନ ୧୦ ସମୟରେ ଫଟାଚାଞ୍ଚଡା ଗ୍ରାମରେ ଗ୍ରାମ ସଭା ବୈଠକ କରାଯାଇଥିଲା ।ସେଠାରେ  ପଥର କୁଙ୍ଆରୀ ନକରିବା ପାଇଁ  ନିଷ୍ପତ୍ତି ନିଆଯାଇ ଏବିଷୟରେ ଚନ୍ଦ୍ରଗିରି ରାଜସ୍ୱ ନିରୀକ୍ଷକ ଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ସରପଞ୍ଚ ,ତହସିଲଦାର ,ତଥା ଗଜପତି ଜିଲ୍ଲାପାଳଙ୍କୁ ମଧ୍ୟ ପଞ୍ଚାୟତ ଜରିଆରେ ଜଣାଇଦିଆଯାଇଥିଲା ବୋଲି ଗ୍ରାମବାସୀ ମାନେ କହିଛନ୍ତି ।କିନ୍ତୁ କିଛି ମାସର ନିରବତା ପରେ ଗତ ୦୩/୦୧/୨୦ରିଖ  ଦିନ କିଡାସିଙ୍ଗ୍ ଗ୍ରାମରେ କ୍ରସର କରିଥିବା ଦିଲ୍ଲୀପ ସାହୁ – ମୋହନା ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ ଓ ପୋଲିସ ଫୋର୍ସଙ୍କ ଉପସ୍ଥିତି ରେ ଉକ୍ତ ପର୍ବତ କିସମକୁ  ସିମେଣ୍ଟ ଖୁଣ୍ଟ ପୋତୁଥିବାର ଦେଖି ଉକ୍ତ ଅଞ୍ଚଳର ଗ୍ରାମବାସୀ ମାନେ ଏକତ୍ରିତ ହୋଇ ବିରୋଧ କରିଥିଲେ । ଫଳରେ ସେଠାରେ ଏକ ପ୍ରକାର ବାଦବିବାଦ ପରିସ୍ଥିତି ସୃଷ୍ଟି ହୋଇଥିଲା ।ପୁଣି ୬/୦୧/୨୦/ସୋମବାର ଦିନ ବାଘମାରୀ ପଞ୍ଚାୟତ ନ୍ୟାୟାବ ସରପଞ୍ଚ ମାଥ୍ୟୂ ଶବର ,ବଳରାମ ନାୟକ, ଲୁହୁରି ଶବର,ବାସିନୀ ମହାଙ୍କୁଡ଼, ବାଳକୃଷ୍ଣ ନାୟକ,,ପ୍ରଭାକର ନାୟକ ,ଚଇତି ଗମାଙ୍ଗ, ସୁନାମ ମଣ୍ଡଳ, ସାହେବ ମହାଙ୍କୁଡ଼ ଙ୍କ ସହ  ସେହି ଅଞ୍ଚଳର ଆଦିବାସୀ ଓ   ଶହ ଶହ ସଙ୍ଖ୍ୟା ରେ ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ଉକ୍ତ ପର୍ବତ କିସମ ତଥା ପେଜପାଣୀ ଗ୍ରାମ ରାସ୍ତାରେ ବିଖ୍ୟୋବ ପ୍ରଦର୍ଶନ କରିଥିଲେ ।ଗ୍ରାମବାସୀ ଙ୍କ ଅଭିଯୋଗ ପ୍ରକାରେ ସରକାର ଉକ୍ତ କିସମକୁ କୁଙ୍ଆରୀ ରୂପେ ଖଣି କରିବାକୁ ଅଞ୍ଚଳ ବାସୀଙ୍କ ମତ ଲୋଡିଥିଲେ କିନ୍ତୁ ଆମେ ତାହାକୁ ବିରୋଧ କରିଥଲୁ ଏବଂ କରିଆସୁଛୁ ।ସ୍ଥାନୀୟ ଜନସାଧାରଣ ଙ୍କ କହିବା ପ୍ରକାରେ ସେଠାରେ ବାଲ୍ୟଠାକୁରାଣୀ ଦେବୀ  ଅଛନ୍ତି ଆମେ ତାଙ୍କୁ ପୂଜା କରିଆସୁଛୁ  । ଆମ୍ବ,ପଣଷ,କାଜୁ,ସପୁରିପଣଷ,କାଠକନ୍ଦା,ଜନା,ମାଣ୍ଡିଆ ଭଳି ବିଭିନ୍ନ ପ୍ରକାର ଫଳ ମୂଳ ଚାଷ କରି ତାହାକୁ ଆମେ ବିକ୍ରି କରି ନିଜ ନିଜର  ପରିବାର ପ୍ରତିପୋଷଣ କରୁଛୁ । ତେଣୁ ଏଠାରେ ଯଦି ପଥର କୁଙ୍ଆରୀ ହୁଏ ଆମର ଜୀବନ ଜୀବିକା ଚାଲିଯିବ, ଏଠାରେ ବିସ୍ଫୋରଣ କରାଯିବା ଫଳରେ ଶବ୍ଦ ପ୍ରଦୁଷଣ ହେବ, ଘରଦ୍ଵାର ଫାଟିବାସହ କେତେ ବେଳେ ଫଥର ଛିଟିକି ଆସି ଅକାଳରେ  ଜୀବନ ହାନୀ ଘଟିବା ।ସୁନ୍ଦର ସବୁଜ ପରିବେଶ ନଷ୍ଟ ହେବା ସହ ଉର୍ବର ଚାଷ ଜମି ମଧ୍ୟ ଉଜୁଡିଯିବ । ଏହି ଜମି ଉପର ଦେଇ ବିଦ୍ୟୁତ ସଞ୍ଜୋଗ କରାଯାଇଥିବାରୁ ବିସ୍ଫୋରଣ ବେଳେ ପଥରମାଡରେ ବିଦ୍ୟୁତ ବିଭ୍ରାଟ ମଧ୍ୟ ଦେଖାଦେବ ।    ଆମ ଅଞ୍ଚଳ ବାସୀ ମୁଖ୍ୟତଃ ବିଭିନ୍ନ ପ୍ରକାର ଚାଷ କରି ଜୀବନ ଅତିବାହିତ କରୁଛୁ ।ତେଣୁ ଏଭଳି ସବୁ ବିଭିନ୍ନ ପ୍ରକାର ସମସ୍ୟା ଘଟିବାକୁ ଥିବା କାରଣ ରୁ ଆମେ ଏହାକୁ ବିରୋଧ କରୁଛୁ ବୋଲି ଅଞ୍ଚଳ ବାସୀ କହିଛନ୍ତି ।ଏତେ ସବୁ ସମସ୍ୟା ସରକାରଙ୍କୁ ଜଣାଇବା ପରେ ମଧ୍ୟ ସରକାର ଆସି କିଡାସିଙ୍ଗ୍ ଗ୍ରାମର କ୍ରସର୍ ମାଲିକ ଦିଲ୍ଲୀପ ସାହୁଙ୍କୁ କାହିଁକି ଏଠାରେ କୁଙ୍ଆରୀ କରିବା ପାଇଁ ଅନୁମତି ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।  ରାଜସ୍ବ ବିଭାଗ ଓ କ୍ରସର୍ ମାଲିକ ଙ୍କ ମଧୁଚନ୍ଦ୍ରିକା କାରଣରୁ ଅଞ୍ଚଳର ଲୋକଙ୍କ ବିରୋଧ ସତ୍ତ୍ୱେ ଏଠାରେ ପ୍ରଶାସନିକ ଅଧିକାରୀମାନେ ଜୋର ଜବରଦସ୍ତ ପଥର କୁଙ୍ଆରୀ କରିବାକୁ ଆସୁଛନ୍ତି ।ତେଣୁ ଏଠାରେ ପଥର କୁଙ୍ଆରୀ ନକରିବା ପାଇଁ ଆପ୍ରାଣ ଉଦ୍ୟମ କରିବୁ ପୁଣି ତହସିଲଦାର ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ବିଧାୟକ ତଥା ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ଅନୁରୋଧ କରିବୁ ।ଏହା ସତ୍ତ୍ୱେ ଯଦି ସରକାର ଏଠାରେ ପଥର କୁଙ୍ଆରୀ କରିବାକୁ ଅନୁମତି ଦିଅନ୍ତି ତାହେଲେ ଆମେ ସେଠାରେ ନିଶ୍ଚିତ ଭାବେ ଆତ୍ମହତ୍ୟା କରିବୁ ଏବଂ ଆମର ମୃତ୍ୟୁ ପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ।ଏନେଇ ମୋହନା ତହସିଲଦାର ଙ୍କୁ ଯୋଗାଯୋଗ କରିବାରୁ ତାଙ୍କର କାର୍ଯ୍ୟବ୍ୟସ୍ତତା କାରଣ ରୁ ତାଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏନେଇ ବାଘମାରୀ ପଞ୍ଚାୟତ ର ମହିଳା ସରପଞ୍ଚ ବୃଦାବତୀ ଶବର କହିଛନ୍ତି -ଏନେଇ ସ୍ଥାନୀୟ ଜନସାଧାରଣ ବିରୋଧ କରୁଛନ୍ତି ।ଏନେଇ ପୂର୍ବରୁ ପ୍ରଶାସନିକ ଅଧିକାରୀ ମାନଙ୍କୁ ଜଣାଇ ଦିଆଯାଇଛି । ତଥାପି ଯଦି ସେଠାରେ କୁଙ୍ଆରୀ କରିବାକୁ ଆସୁଛନ୍ତି ମୋତେ ସରପଞ୍ଚ ହିସାବରେ ମଧ୍ୟ ଜଣାଇନାହାନ୍ତି ।ତେଣୁ  ଜନସାଧାରଣଙ୍କ ବିରୋଧ ସତ୍ତ୍ୱେ ଯଦି ସେଠାରେ କୁଙ୍ଆରୀ ଜୋର ଜବରଦସ୍ତ କରାଯାଉଛି ।ତାହାକୁ ମୁଁ ନିନ୍ଦା କରୁଛି ।ଏବଂ ଯାହା ଜନସାଧାରଣଙ୍କ ହିତ ପାଇଁ ସର୍ବସାଧାରଣ ଯାହା ଚାହୁଁଛନ୍ତି ତାହାହିଁ ହେବା ନିହାତି ଜରୁରୀ ।ତେଣୁ ସେଠାରେ ହେବାକୁ ଥିବା ପଥରକୁଙ୍ଆରୀ କୁ ନେଇ ଯେଉଁ ଭଳି  ବାଦବିବାଦ ପରିସ୍ଥିତି ସୃଷ୍ଟି ହୋଇଛି ସେଠାରେ  କୌଣସି ପ୍ରକାର ଅପ୍ରୀତିକର ପରିବେଶ ସୃଷ୍ଟି ହେବା ପୂର୍ବରୁ ପ୍ରଶାସନ ଏଦିଗରେ ବିଶେଷ ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି ।

ଗଜପତିରୁ ସ୍ପେଶାଲ ରିପୋର୍ଟ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ