ଗୌର ସାଧନ ମିଶ୍ର ଓଡ଼ିଶା ବାର୍ କାଉନ୍ସିଲ୍ର ସଦସ୍ୟ ହେଲେ
ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବାଲେଶ୍ୱର ସହରର ବରିଷ୍ଠ ସମାଜସେବୀ ଡକ୍ଟର ଗୌର ସାଧନ ମିଶ୍ର ତା ୩୦-୦୬-୨୦୨୩ ରିଖରେ ଭାରତୀୟ ରେଳବାଇର ବାଲେଶ୍ୱର ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାର୍ମାସିଷ୍ଟ ପଦରୁ ଅବସରଗ୍ରହଣ କରିବା ପରେ ବାଲେଶ୍ୱରର ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ନୃସିଂହ ଚରଣ ନାୟକ ଓ ବାଲେଶ୍ୱର ଓକିଲ ସଂଘର ସଂପାଦକ ଶ୍ରୀଯୁକ୍ତ ଦୀପକ କୁମାର ଦାଶଙ୍କ ମାର୍ଗଦର୍ଶନରେ ଓଡ଼ିଶା ରାଜ୍ୟ ବାର କାଉନସିଲ୍ର ସଦସ୍ୟ ରୂପେ ତା ୧୦-୦୯-୨୦୨୩ ରିଖରେ ଓ ତା ୨୦-୦୯-୨୦୨୩ ରିଖରେ ବାଲେଶ୍ୱର ବାର ଆସୋସିଏସନ୍ର ସଦସ୍ୟ ରୂପେ ଯୋଗ ଦେଇଛନ୍ତି ଏବଂ ତାଙ୍କ ସହିତ ଯୁବ ସମାଜସେବୀ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର କର ମଧ୍ୟ ଆଇନଜୀବୀ ଭାବେ ଯୋଗ ଦେଇଛନ୍ତି । ଡକ୍ଟର ମିଶ୍ର ବିଜ୍ଞାନ ଓ ଆଇନରେ ସ୍ନାତ ହେବା ସହ ଚିକିତ୍ସା କ୍ଷେତ୍ରରେ ପଞ୍ଜୀକୃତ ଚିକିତ୍ସକ ଓ ଫାର୍ମାସିଷ୍ଟ ଯୋଗ୍ୟତା ହାସଲ କରିଛନ୍ତି । ରେଳବାଇ ସ୍ୱାସ୍ଥ୍ୟ ସେବାରୁ ଅବସର ଗ୍ରହଣ ପରେ ସମାଜସେବାକୁ ନିଜ ଜୀବନର ବ୍ରତ ରୂପେ ଗ୍ରହଣ କରି ବିଭିନ୍ନ ସାମାଜିକ କ୍ଷେତ୍ରରେ ସକ୍ରିୟ ହୋଇ କାର୍ଯ୍ୟରତ ଅଛନ୍ତି । ଡକ୍ଟର ଗୌର ସାଧନ ମିଶ୍ର ଓ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର କରଙ୍କ ଆଇନସେବାରେ ଯୋଗଦାନକୁ ସମାଜର ବିଭିନ୍ନ ବର୍ଗର ଲୋକ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରି ଶୁଭେଚ୍ଛା ଜଣାଇଛନ୍ତି ।