ଗ୍ରାମବାସୀମାନଙ୍କୁ ସରପଞ୍ଚଙ୍କ ଦ୍ୱାରା ସଚେତନ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ପଂଚାୟତର ବାଳକୃଷ୍ଣପୁର ଗ୍ରାମରେ ଶନିବାର ୭ଟି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସରପଂଚ ଡି.ଲକ୍ଷ୍ମୀ ରେଡ୍ଡି ଉକ୍ତ ଗ୍ରାମକୁ ୭ ଦିନ ନିମନ୍ତେ ସଟ ଡାଉନ ଘୋଷଣା କରିଥିଲେ । ସେହିପରି ସ୍ଥାନୀୟ ବ୍ଲକର ପୋଡ଼ାପଦର ଗ୍ରାମପଂଚାୟତର ହୁମର ଗ୍ରାମରେ ଶନିବାର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସରପଂଚ ପୀତାମ୍ବର ପଣ୍ଡା ୭ ଦିନ ନିମନ୍ତେ ଉକ୍ତ ଗ୍ରାମକୁ ସଟଡାଉନ ଘୋଷଣା କରିଥିଲେ । ରବିବାର ଦୁଇଟି ପଂଚାୟତର ସରପଂଚମାନେ ସଟଡାଉନ ଘୋଷଣା କରାଯାଇଥିବା ଗ୍ରାମକୁ ଯାଇ ଗ୍ରାମବାସୀମାନଙ୍କୁ କରୋନାରୁ ଯେପରି ଦୂରେଇ ରହିବେ, ସେଥିନିମନ୍ତେ ବ୍ୟାପକ ସଚେତନତା କରିଛନ୍ତି । ଏହାସହ ବ୍ୟକ୍ତିମାନେ ପୋଖରୀରେ ନଗାଧୋଇବା, ମାସ୍କ ପିନ୍ଧିବା, ସମଦୂରତା ରଖିବା ଏବଂ ସାନିଟାଇଜର କରିବାକୁ ସରପଂଚମାନେ ଗ୍ରାମବାସୀମାନଙ୍କୁ ଅନୁରୋଧ କରିଛନ୍ତି ।