ଗଂଜାମ ଜିଲ୍ଲାରେ ଆଜି ପୁଣି ୧୭ କରୋନା ଯୋଦ୍ଧାଙ୍କ ସମେତ ୭୬ ପଜିଟିଭ୍ ଚିହ୍ନଟ

ଛତ୍ରପୁର,(ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଜୀବନ ନେଉଛି କରୋନା । ଫଳରେ ଜିଲ୍ଲାବାସୀ ଭୟଭୀତ ହୋଇପଡ଼ିଛିନ୍ତି । ରବିବାର ଜିଲ୍ଲାରେ ଆଉ ଜଣେ ୭୫ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତ୍ରୁ ଘଟିଛି । ସେ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ ବୋଲି କୁହାଯାଇଛି । ଜିଲ୍ଲାରେ ପୁଣି ୧୭ ଜଣ କରୋନା ଯୋଦ୍ଧାଙ୍କ ସମେତ ୭୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ୧୭ ଜଣ ଯୋଦ୍ଧାଙ୍କ ମଧ୍ୟରୁ ଆସିକା ୬, ବ୍ରହ୍ମପୁର ମହାନଗର ନିଗମ ୧, ଭଞ୍ଜନଗର ୪, ଧରାକୋଟ ୧, କବିସୂର୍ଯ୍ୟନଗର ୩ ଓ ପୋଲସରା ଅଂଚଳର ଦୁଇ ଜଣ ଯୋଦ୍ଧା ରହିଥିବା ସେ ଟୁଇଟରେ ଦର୍ଶାଇଛନ୍ତି । ମୁମ୍ବାଇ, ଶ୍ରୀକାକୁଲମ ଓ ମଧ୍ୟପ୍ରଦେଶ ଭଳି ଟ୍ରାଭେଲ ହିଷ୍ଟ୍ରିରେ ରହିଥିବା ପୁରୁଷୋତମପୁର ଅଂଚଳର ଜଣେ, ଛତ୍ରପୁରର ଜଣେ ଏବଂ ବେଲଗୁଣ୍ଠା ଅଂଚଳର ଜଣେ କରୋନା ଚିହ୍ନଟ ହୋଇଛନ୍ତି । ଏହାସହ ଜିଲ୍ଲାରେ ଆକ୍ଟିଭ କଂଟାକ୍ଟ ପଜିଟିଭ କେସ୍ ୫୬ ଜଣ ଅଛନ୍ତି । ସେଥିରୁ ଆସିକା ୩, ବେଲଗୁଣ୍ଠା ୨, ବ୍ରହ୍ମପୁର ମହାନଗର ନିଗମ ୬, ଭଞ୍ଜନଗର ୧, ବୁଗୁଡ଼ା ୪, ଛତ୍ରପୁର ୯, ଧରାକୋଟ ୧, ଦିଗପହଣ୍ଡି ୨, ହିଞ୍ଜିଳି ୩, କବିସୂର୍ଯ୍ୟନଗର ୧୦, ଖଲିକୋଟ ୧, କୁକୁଡ଼ାଖଣ୍ଡି ୧, ପାତ୍ରପୁର ୪, ଛତ୍ରପୁର ୪, ପୋଲସରା ୫, ପୁରୁଷୋତମପୁର ୨ ଓ ସାନଖେମୁଣ୍ଡି ଅଂଚଳର ୨ ଜଣ ରହିଛନ୍ତି । ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତମାନ ସୁଦ୍ଧା ୧୨୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮୫୯ ଜଣ ସୁସ୍ଥ ହୋଇଥିବାବେଳେ ୪୦୩ ଜଣ ଚିକିତ୍ସାଧିନ ଅଛନ୍ତି । ୧୦ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ