ଗ୍ରାମରେ ଶାନ୍ତି ଫେରାଇ ଆଣିବା ପାଇଁ ବସିଲା ଶାନ୍ତି କମିଟି
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍): ବୁଗୁଡା ଥାନା ଗୋଲିଆ ଗ୍ରାମର ଦୁଇ ଗୋଷ୍ଠି ମଧ୍ୟରେ ମାଡଗୋଳ ଓ ବୋମାମାଡ ଘଟଣାରେ ପୋଲିସ ଶାନ୍ତି ଫେରାଇ ଆଣିବା ନିମନ୍ତେ ତହସିଲ ଦାର ସଂଗ୍ରାମ କେଶରୀ ଓ ଥାନା ଅଧିକାରୀ ଚିତ୍ତରଂଜନ ବେହେରାଙ୍କ ତତ୍ତ୍ୱାବଧାନରେ ଶାନ୍ତି କମିଟି ଗଠନ ହୋଇଛି । ଗଠନ ସମୟରେ କୈାଣସି ବିଶୃଙ୍ଖଳା କୁ ଏଡାଇବା ପାଇଁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା ।ପୋଲିସ ତରଫରୁ ଗ୍ରାମରେ ଶାନ୍ତି ଫେରାଇ ଆଣିବା ନିମନ୍ତେ ପୋଲିସ ତରଫରୁ ପ୍ର୍ରୟାସ ଜାରୀ ରହିଥିବା ବେଳେ ଶନିବାର ଦୁଇଗୋଷ୍ଠି ମଧ୍ୟରେ ଆଲୋଚନା ମାଧ୍ୟମରେ ବୁଝାସୁଝା ହୋଇ ଶାନ୍ତି କମିଟି ଗଠନ ହୋଇଥିଲା । ପୋଲିସ ତରଫରୁ ଗ୍ରାମରେ ଶାନ୍ତି ନିୟନ୍ତ୍ରଣ ଭିତରକୁ ଆସିଛି ବୋଲି କହିଛନ୍ତି ପୋଲିସ ଅଧିକାରୀ । ଏଥି ସହ ଉଭୟ ଗୋଷ୍ଠି ପକ୍ଷ ରାଜି ହୋଇଥିବା ବେଳେ ଏକ ୧୧ ଜଣିଆ କମିଟି ଆଗାମୀ ଦିନରେ ଶାନ୍ତି ଶୃଙ୍ଖଳା ଦାଇତ୍ୱରେ ରକ୍ଷା କରିବେ ବୋଲି ଦାଇତ୍ୱ ଦିଆଯାଇଛି ।