ଛାଡି ଚାଲିଗଲେ ଅଳିଆ…
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନାର ସ୍ଥାନୀୟ ହାଇସ୍କୁଲ ପଡିଆରେ ଗତ ୧୮ ତାରିଖରେ ଧୁମ୍ଧାମରେ ବିଶ୍ୱସଂଖ୍ୟାଲଘୁ ଦିବସ ତଥା ଖ୍ରୀଷ୍ଟିମାସ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜନେତା ଠାରୁ ଆରମ୍ଭ କରି ବହୁ ବଡ ବଡ ନେତା ଯୋଗଦେଇ୍ଥିଲେ ।ଶହ ଶହ ଜନତା ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଏହି ପଡିଆରେ ବ୍ୟବସାୟ କରିବା ନିମନ୍ତେ ମୋହନା ଅଂଚଳର ଆଖପାଖ ଅଂଚଳରୁ ବହୁ ବେପାରୀଙ୍କ ଭିଡ ମଧ୍ୟ ପରିଲକ୍ଷିତ ହୋଇଥିଲା । ଖ୍ରୀଷ୍ଟିମାସ ତଥା ବିଶ୍ୱ ସଂଖ୍ୟା ଦିବସ ଶେଷ ହେବାର ୪ ଦିନ ବିତିଯାଇଥିଲେ ମଧ୍ୟ ହାଇସ୍କୁଲ ପଡିଆରେ ଅଳିଆ ଆବର୍ଜନା କୁଢକୁଢ ହୋଇ ପଡିରହିବା ଅଂଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । କାରଣ ପ୍ରତିଦିନ ଶୀତ ଦିନ ହୋଇଥିବାରୁ ପ୍ରତିଦିନ ବହୁ ଛାତ୍ରଛାତ୍ରୀ ଯୋଗ ବ୍ୟାୟାମ କରିବା ସହ ନାନା ପ୍ରକାର ଖେଳକୁଦ କରୁଥିବା ବେଳେ ପ୍ରଶାସନ ତରଫରୁ କୈାଣସି ସଫେଇ କାର୍ଯ୍ୟ ହୋଇନଥିବାରୁ ସାଧାରଣରେ ମଧ୍ୟ ଅସନ୍ତୋଷ ଜାରି ରହିଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଅଳିଆ ଆବର୍ଜନାକୁ ସଫା କରିବା ନିମନ୍ତେ ଦାବି ହୋଇଛି ।


