ଗ୍ରାମୀଣ ଆବାସ ଯୋଜନା ସଂପର୍କୀତ ପଞ୍ଚାୟତ ମଣ୍ଡଳ ସ୍ତରୀୟ ହିତାଧିକାରୀ ସମ୍ମିଳନୀ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ୧୫ନଂ. ଜିଲା ପରିଷଦ ଜୋନ୍ ଅଧିନ ଓଡଙ୍ଗ, କାଦବରାଙ୍ଗ, ବଡବର୍ଚ୍ଚିକୟାଁ, ଗଣିଜାଙ୍ଗ, ଛୟାଳସିଂହ ଗ୍ରାମ ପଞ୍ଚାୟତର ୨ ଶହରୁ ଅଧିକ ଗ୍ରାମୀଣ ଆବାସ ଯୋଜନା ହିତାଧିକାରୀ ମାନଙ୍କୁ ନେଇ ଏକ ସମ୍ମିଳନୀ ଜିଲା ଓ ବ୍ଲକ ପ୍ରଶାସନର ମିଳିତ ଆୟୋଜନରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମୀଣ ଆବାସ ଯୋଜନାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଅସଂପୂର୍ଣ୍ଣ ଗୃହକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଏକ ଅଭିନବ ପ୍ରଚେଷ୍ଟା ସଂପର୍କୀତ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଓଡଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ୫ ଗୋଟି ପଞ୍ଚାୟତର ୨ ଶହରୁ ଅଧିକ ହିତାଧିକାରୀ ଯୋଗ ଦେଇ ସେମାନଙ୍କର ପାରିପାର୍ଶିକ ଅସୁବିଧା ବିଷୟରେ କହିଥିଲେ । ସରକାରୀ ଅଧିକାରୀ ଓ ଜନପ୍ରତିନିଧି ମାନେ ହିତାଧିକାରୀ ମାନଙ୍କୁ ଯଥାଶିଘ୍ର ନିର୍ମାଣାଧିନ ଅସଂପୂର୍ଣ୍ଣ ଗୃହ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ । ଏହି ସମ୍ମିଳନୀରେ ଜିଲା ଓ ବ୍ଲକ ସ୍ତରୀୟ ଅଧିକାରୀ, ପିଇଓ, ଜି.ଆର୍.ଏସ୍, ସ୍ଥାନୀୟ ଜନପ୍ରତିନିଧି ମାନେ ଯୋଗ ଦେଇ ସରକାରଙ୍କ ଏହି ଅଭିନବ ପ୍ରଚେଷ୍ଟା ବିଷୟରେ ହିତାଧିକାରୀଙ୍କୁ ଅବଗତ କରାଇଥିଲେ ।