ଗ୍ରାମୀଣ କ୍ଷୁଦ୍ର ପ୍ରମୋଦ ଉଦ୍ୟାନର ଭିତିପ୍ରସ୍ତରସ୍ଥାପନ

କେନ୍ଦ୍ରାପଡା -କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତରେ ରବିବାର ଏକ ଗ୍ରାମୀଣ ପାଠାଗାର ଓ ଏକ ଗ୍ରାମୀଣ କ୍ଷୁଦ୍ର ପ୍ରମୋଦ ଉଦ୍ୟାନର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଉପଲକ୍ଷେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭରତପୁର ପଂଚାୟତ କାର୍ଯ୍ୟାଳୟ ସନ୍ନିକଟ ସ୍ଥାନରେ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏକ କ୍ଷୁଦ୍ର ଗ୍ରାମୀଣ ପ୍ରମୋଦ ଉଦ୍ୟାନ ନିମନ୍ତେ ଶୀଳାନ୍ୟାସ କରିଥିବା ବେଳେ ଭରତପୁର ଗ୍ରାମର ତାଳଦଣ୍ଡାଛକରେ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଗ୍ରାମୀଣ ପାଠଗାର ନିମନ୍ତେ ଶିଳାନ୍ୟାସ କରିଥିଲେ । ଏହି ଉଭୟ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଡିଓ ସୁଧିର କୁମାର ସିଂ, ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତ, ସମିତିସଭ୍ୟ ହେମନ୍ତ ବିଶ୍ୱାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଜିପିଟିଏ ଶସ୍ମିତା ନାୟକ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଯଦୁମଣୀ ପ୍ରଧାନ, ଜି.ଆର.ଏସ.କ୍ଷଣପଭା ବେହେରା, ଶାରଦା ପ୍ରସନ୍ନ ରାଉତ, ପ୍ରବୋଧ କୁମାର ଦାସ, ଭ୍ରମରବର ସ୍ୱାଇଁ, ଅଲେଖ ପ୍ରସାଦ ଦାସ, ରଞ୍ଜନ କୁମାର ମହାନ୍ତି, ଶକ୍ତି ପ୍ରସାଦ ମହାନ୍ତି, ପୂର୍ବତନ ସରପଂଚ ପ୍ରସନ୍ନ କୁମାର ମଲ୍ଲିକ, ଗୋପାଲ ଚରଣ ଦାସ, ବରଦାକାନ୍ତ ଚୈାଧୁରୀ, ଶିବ ପ୍ରସାଦ ଦାସ, ଶରତ ବାରିକ, ସୁନାକର ରାଉତ, ବିରଜା ପ୍ରସାଦ ମହାନ୍ତି, ଶ୍ରୀଧର ମହାନ୍ତି, ବିମଳାକାନ୍ତ ଚୈାଧୁରି, ଅରବିନ୍ଦ ମହାନ୍ତି, ଆକୁଳାନନ୍ଦ ବେହେରା, ନାୟବ ସରପଂଚ ମମତାମଞ୍ଜରୀ ଦାସ, ପାରଲ ମହାନ୍ତି, ନିରୁପମା ମହାନ୍ତି, ରାଜଲକ୍ଷ୍ମୀ ପଣ୍ଡା ଓ ସମସ୍ତ ୱାର୍ଡସଭ୍ୟସଭ୍ୟାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ