ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ କରି ବିଜେପିର ରାସ୍ତା ଅବରୋଧ
ନିମାପଡା (ସନ୍ତୋଷ ଦାଶ ) ପୁରୀ ଜିଲ୍ଲା ର ନିମାପଡ଼ା ଠାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପୁରୀକୁ ସ୍ଥାନାନ୍ତର କୁ ବିରୋଧ କରି ଆଜି ବିଜେପି ଦଳ ର ରାଜ୍ୟ ଉପ ସଭାପତି ପ୍ରଭାତୀ ପରିଡା ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ନିମାପଡ଼ା କୋଣାର୍କ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ପୁରୀ ଜିଲ୍ଲା ର ନିମାପଡ଼ା ସବ୍ ଡିଭିଜନ ମାନ୍ୟତା ପାଇବାକୁ ଯାଉଥିବା ବେଳେ ଚକବନ୍ଦୀ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ କୁ ସ୍ଥାନାନ୍ତରିତ କୁ ଘୋର ବିରୋଧ କରିଥିଲେ ।ଖବର ପାଇ ନିମାପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ର, ନିମାପଡା ଥାନା ଆଇ ଆଇ ସି ଶଙ୍କର୍ଷଣ ଦଳାଇ ଓ ତହସିଲଦାର ରାମଚନ୍ଦ୍ର ଜେନା ଘଟଣା ସ୍ଥଳରେ ପହଞ୍ଚି ଅବରୋଧ କ।ରିଙ୍କ ସହ ଆଲୋଚନା କରିଥିଲେ ।ବିଜେପି ଦଳ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲା ପାଳ ଙ୍କ ଉଦ୍ଦେଶ୍ୟରେ ତହସିଲଦାର ଙ୍କୁ ଦିଆଯାଇଥିଲା ।ଏହି ଆନ୍ଦୋଳନ ରେ 21ନମ୍ୱର୍ ଜିଲ୍ଲା ପରିଷଦ ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ଓଝା, ତପଶ୍ୱନି ବେହେରା,ସୁଶାନ୍ତ ସ୍ୱାଇଁ ଆଲୋକ ବେହେରା,ମିନାଲତା ମହାନ୍ତି,ଭକ୍ତବନ୍ଧୁ ବିଶ୍ବାଳ,ମଣ୍ଡଳ ସଭାପତି ରlଜ କିଶୋର ନାୟକ, ଦିଲ୍ଲୀପ ପାତ୍ର,ମାନସ ପ୍ରଧାନ, ସାଧାରଣ ସମ୍ପାଦକ ଜାନକୀନାଥ ଜେନା, ଯୁବମୋର୍ଚ୍ଚା ସଭାପତି ରାକେଶ ସେନାପତି, ମିଲନ ମୁଖି, ଶିବ ପ୍ରସାଦ ସ୍ୱାଇଁ,ସୌମ୍ୟ ରଂଜନ ନାୟକ ଙ୍କ ସମେତ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତଥିଲେ ।