ଗ୍ରାମ ଦେବତୀଙ୍କ ମନ୍ଦିରର ଜୀର୍ଣ୍ଣ ଉଦ୍ଧାର ଉତ୍ସଵ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତଳ ଗ୍ରାମର ଆରାଧ୍ୟ ଗ୍ରାମ ଦେବତୀଙ୍କ ମନ୍ଦିରର ଜୀର୍ଣ୍ଣ ଉଦ୍ଧାର ଉତ୍ସଵ ମହାସମାରୋହରେ ଅନୁଷ୍ଠିତ ହୋଇଛି। ତ୍ରିଦିନାତ୍ମକ ଉତ୍ସଵରେ ଯ୍ୟାଗ୍ନିକ ପୁରୋହିତ ମାନସ ରଞ୍ଜନ ମିଶ୍ର, ଅମରେନ୍ଦ୍ର ମିଶ୍ର ଓ ଅବନୀ କୁମାର ସାମନ୍ତରା ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଦୀକ୍ଷା ଗ୍ରହଣ, ଜଳଯାତ୍ରା, ଶୁଭ ଅଙ୍କୁର ରୋପଣ, ଶାଲାଧିବାସ, ସୂର୍ଯ୍ୟ ପୂଜା, ଶାଲା ସଂସ୍କାର, ଘୃତ ଯଜ୍ଞ, ନାମ ଯଜ୍ଞ, ଦେବୀଙ୍କ ମହାସ୍ନାନ ଓ ପ୍ରାଣ ପ୍ରତିଷ୍ଠା ଓ ଅନ୍ତିମ ଦିବସରେ ଶାଲା ପୂଜନ, ଘୃତ ଯଜ୍ଞ, ସିଂହାସନ ଆରୋହଣ, ଅନ୍ନ ଯଜ୍ଞ ଓ ପୂର୍ଣ୍ଣାହୁତି ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଗ୍ରାମ ଦେବତୀଙ୍କୁ ଅର୍ଘ୍ୟ ଓ ନୈବେଦ୍ୟ ଅର୍ପଣ କରି କୃପାଭିକ୍ଷା କାମନା କରିଥିଲେ। ମା ଗ୍ରାମ ଦେବତୀ ପରିଚାଳନା କମିଟି ଓ ପିତଳ ଗ୍ରାମବାସ ବୃନ୍ଦଙ୍କ ସହଯୋଗ ଓ ପରିଚାଳନାରେ ଏହି ମହୋତ୍ସବ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ