ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ଦିବସ ପାଳନ

ଭଞ୍ଜନଗର , ( ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ଡୁମାକୁମ୍ପା ଗ୍ରାମ ପଞ୍ଚାୟତରେ ଡୁମାକୁମା କ୍ଳଷ୍ଟର ଅନ୍ତର୍ଗତ ୧୨ ଟି ବିଦ୍ୟାଳୟ ଯଥା ସାର୍ଦ୍ଦୂଳ ଉଚ୍ଚ ବିଦ୍ୟାଳୟ, ସାର୍ଦ୍ଦୂଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଡୁମାକୁମ୍ପା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଖମାରେଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଗୁରାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଇନ୍ଦାଗଡ ଉନ୍ନୀତ ଉଚ୍ଚ ବିଦ୍ୟାଳୟ,ତିଲିକି ପ୍ରାଥମିକ ବିଦ୍ୟାଳୟ,ନୂଆଁ ପଲ୍ଲୀ ପ୍ରାଥମିକ ବିଦ୍ୟାଳୟ,ଗୁଡିପଦର ପ୍ରାଥମିକ ବିଦ୍ୟାଳୟ,ଆଖୁପଦର ପ୍ରାଥମିକ ବିଦ୍ୟାଳୟ, ରିପିଟିପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ଓ ହାତୀଗୁଡା ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ,ଶିକ୍ଷକ ଶିକ୍ଷୟିତ୍ରୀ,ତଥା ଅଭିଭାବକ ମାନଙ୍କୁ ନେଇ ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀମତୀ କୁଞ୍ଜଲତା ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ସମ୍ମାନୀତ ଅତିଥି ରୂପେ ସମିତି ସଭ୍ୟ ଶ୍ରୀ ଟୁକୁନା ସାହୁ , ଗଞ୍ଜାମ ଜିଲ୍ଲା ଅବସର ପ୍ରାପ୍ତ ଶିକ୍ଷକ ମଞ୍ଚର ସଭାପତି ଶ୍ରୀ ରାଜ କୁମାର ସାହୁ,ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ରାଜ୍ୟ ସଭାପତି ଶ୍ରୀ ଜଗବନ୍ଧୁ ଜେନା ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ । ବେଳେ ବରିଷ୍ଠ ଶିକ୍ଷକ ତଥା ରାଜ୍ୟ ସାଧନ କର୍ମୀ ଓ ଘୁମୁସର ସଂବାଦ ପତ୍ରିକାର ସଂପାଦକ ଶ୍ରୀ ନେତାଜୀ ବିଷୋୟୀ ଅନ୍ୟତମ ସମ୍ମାନୀତ ଅତିଥି ରୂପେ ମଞ୍ଚାସୀନ ଥଲେ । ଅତିଥିଗଣ କାର୍ଯ୍ୟକ୍ରମକୁ ଉଦଘାଟନ କରି ଶିଶୁ ଦିବସ ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଜବାହର ଲାଲ୍ ନେହୁରଙ୍କ ସମ୍ପର୍କରେ କହିବା ସହ ଆଗାମୀ ଦିନରେ ଜଣେ ଜଣେ ସୁନାଗରିକ ହେବା ପାଇଁ ପ୍ରେରଣା ଦାୟୀ ଭାଷଣ ପ୍ରଦାନ କରି ଉତ୍ସାହିତ କରିଥିଲେ । ଶିଶୁ ଦିବସ ଅବସରରେ ପୂର୍ବରୁଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତା ଯଥା ବତ୍କୃତା,ସୃଜନଶୀଳ ଲିଖନ,ସଂଗୀତ,କୁଇଜ୍,ଉଚ୍ଚ ଡିଆଁ,ମ୍ୟୁଜିକ ଚେୟାର,ଜି.କେ,ଚିତ୍ରାଙ୍କନ, ବାଟି ଚାମଚ,ବେଙ୍ଗ ଡିଆଁ, ଦଳଗତ ସାଂସ୍କୃତିକ ନୃତ୍ୟ ପ୍ରଦର୍ଶନ ଆଦିରେ ବିଜୟୀ ହୋଇଥିବା ୧୮୦ ଜଣ ଶିକ୍ଷାର୍ଥୀଙ୍କୁ ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗ ରେ ସାର୍ଟିଫିକେଟ,ମେଡାଲ ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଡୁମାକୁମ୍ପା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଟିକିରାମ ସାହୁ, ରଶ୍ମି ପ୍ରଭା ସ୍ବାର,ମାଳତୀ ପଟ୍ଟନାୟକ,ସୁଶ୍ରୀ ଲିଜାରାଣୀ ଗୌଡ,ସୁଶ୍ରୀ ସୁଚିସ୍ମିତା ପାତ୍ର,ଶ୍ରୀ ମହେଶ୍ବର ବିଶ୍ବାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । କ୍ଳଷ୍ଟରର ଅନ୍ୟତମ ଶିକ୍ଷକଗଣ ଯଥା ଶ୍ରୀ ପ୍ରସନ୍ନ କୁମାର ପ୍ରଧାନ,ଗୌରହରୀ ପଣ୍ଡା, ପ୍ରସନ୍ନ ଷଡଙ୍ଗୀ,ରଘୁନାଥ ରାଉତ, ସୁରେନ୍ଦ୍ର ନାଥ ଗୌଡ,କାଳି ଚରଣ ନାଇକ,ପ୍ରଦୀପ ସାସମଲ ପ୍ରମୁଖ କାର‌୍ୟ୍ୟକ୍ରମରେ ବିଭିନ୍ନ ଦାୟିତ୍ବ ନେଇ ସହାୟତା କରିଥିଲେ । କାର‌୍ୟ୍ୟକ୍ରମକୁ ସଂଯୋଜନା କରିଥଲେ ସି.ଆର୍.ସି. ସି ତ୍ରିନାଥ ବେହେରା ଓ ପୂର୍ବତନନସି.ଆର୍.ସ.ସି ପ୍ରଦୀପ ସାସମଲ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ