ଗ୍ରାମ ପରିକ୍ରମା କରି କରୋନା ସଚେତନତା
ବନ୍ତ (ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ନିଳୋକସ୍ଥିତ ନିଳକଣ୍ଠେଶ୍ୱର ୟୁନାଇଟେଡ୍ କ୍ଲବ ପକ୍ଷରୁ ଗ୍ରାମ ପରିକ୍ରମା କରାଯାଇ କରୋନା ସଚେତନତା କରାଯାଇଛି । କ୍ଲବର ସଦସ୍ୟ ମାନେ ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ନିଳୋକ ଗ୍ରାମ ପରିକ୍ରମା କରିଥିଲେ । ଏଥିରେ ନବ କୁମାର ଲେଙ୍କା, ନାରାୟଣ ଦାଶ, ପ୍ରଫୁଲ୍ଲ ମହାନ୍ତି, ନବ କୁମାର ନାୟକ, ବାଇଧର ରାଜ, ଖଗେଶ୍ୱର ମହାନ୍ତି, ନିଳକଣ୍ଠ ମିଶ୍ର ପ୍ରମୁଖ ସାମିଲ ଥିଲେ ।


