ଗ୍ରାମ ରୋଜଗାର ସେବକ ଙ୍କ ବିୟୋଗ ରେ ଶୋକ ସଭା ଅନୁଷ୍ଠିତ
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ର ଲିଲିଗଡ ପଂଚାୟତ ରେ କର୍ଯ୍ୟଗତ ରେ ଥିବା ଗ୍ରାମ ରୋଜଗାର ସେବକ ସୁଶାନ୍ତ ନାୟକ ଙ୍କ ଗୁରୁବାର ଅପରାହ୍ନ ରେ ବାଇକ୍ ଦୁର୍ଘଟଣା ରେ ପ୍ରାଣ ହରାଇଥିଲେ I ତାଙ୍କରି ବିୟୋଗ ରେ ଶୁକ୍ରୁବାର ଦିନ ବ୍ଲକ୍ କାର୍ଯ୍ୟାଳୟ ପରିଶ୍ଵର ରେ ଶୋକ ସଭା ଅନୁଷ୍ଠିତ ହୋଇଥିଲା I ଏଥିରେ ବିଡିଓ କିଶୋର ଦାଶ ଉପସ୍ଥିତ ରେ ସୁଶାନ୍ତ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟ ଦେଇ ଦୀପ ଜାଳି ନୀରବ ଶାନ୍ତି ପାଠ କରାଯାଇଛି I ସେ ଜଣେ ଭଲ କର୍ମୀ ଥିଲେ କହି କାନ୍ଦି ପକାଇଥିଲେ ଅଧିକାରୀ ମାନେ ଏହି ଶୋକ ସଭା ରେ ୩୯ଟି ପଂଚାୟତ ର ପଂଚାୟତ ଅଧିକାରୀ ଯନ୍ତ୍ରୀ ସମେତ ବ୍ଲକ୍ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ I


