ଗ୍ରାମ ସୀମା ସିଲ:କୁଣିଆ ଫେରିଲେ ଗାଁ ମୁଣ୍ଡରୁ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ବେଲଗୁଣ୍ଠା ନିକଟସ୍ଥ ବରଗାଁ ଠାରେ ଗ୍ରାମ ର ଜନସାଧାରଣଙ୍କ ସଚେତନତା ଯୋଗୁଁ ଗ୍ରାମ ସୀମା ସମ୍ପୂର୍ଣ୍ଣ ଭାବେ ସିଲ୍ ହୋଇଥିବା ଜଣାପଡିଛି ।ସିଲ୍ ପରେ ପରେ ଗ୍ରାମକୁ ଆସିଥିବା କିଛି ଅତିଥି ଙ୍କୁ ଗ୍ରାମବାସୀମାନେ କରୋନା ଭୟାବହତା ପାଇଁ ଗ୍ରାମରେ ପୁରାଇ ନ ଦେବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।ଖବର ନେବାରୁ ଜଣାପଡିଛି ଯେ ,ବ୍ୟାପକ ସଚେତନତା ସତ୍ତ୍ଵେ କିଛି ଗ୍ରାମବାସୀ ତଥା ଯୁବକ ଲକ୍ ଡାଉନ୍ ମାନି ନ ଥିବା ଲକ୍ଷ୍ୟ କରି ସରପଞ୍ଚ ଉମାଶଙ୍କର ବାରିକ ଓ।ଜଗନ୍ନାଥ ପ୍ରସାଦ ଉପାଧ୍ୟକ୍ଷ ହିମାଂଶୁ ବାରିକ ଙ୍କ ସମେତ କିଛି ଯୁବ ସମାଜସେବୀ ଗାଁ ବାହାରେ ବାଉଁଶ ପକାଇ ଗ୍ରାମ ସୀମା ସିଲ୍ କରିଥିଲେ ।ସିଲ୍ କରିବା ପରେ ଅନ୍ୟ ଗ୍ରାମର କିଛି ମହିଳା ଓ ପୁରୁଷ ଅତିଥି ଗ୍ରାମକୁ ଆସିଥିଲେ କିନ୍ତୁ କିଛି ଗ୍ରାମବାସୀ ତାଙ୍କୁ କରୋନା ଭୟାବହ ସମ୍ପର୍କରେ ଅବଗତ କରାଇବା ସହ ଗ୍ରାମକୁ ଯିବା ପାଇଁ ଦେଇନଥିଲେ ।ଫଳରେ ଅତିଥି ମାନେ ଫେରି ଯାଇଥିଲେ ।ପରେ ସରପଞ୍ଚ ଓ ଉପାଧ୍ୟକ୍ଷ ଙ୍କ ତତ୍ତ୍ୱାବଧାନରେ ଗାଁ ରେ ଧେଣ୍ଡୁରା ଦ୍ୱାରା ସଚେତନତା କରାଯାଇ ଗାଁ କୁ ଅନ୍ୟ ଗାଁ ର ଅତିଥି ଆସିବେ ନାହିଁ ଏବଂ ବରଗାଁ ର ଗ୍ରାମବାସୀମାନେ ମଧ୍ୟ ଅନ୍ୟ ଗାଁ କୁ ଯାଇପାରିବେ ନାହିଁ ବୋଲି ସଚେତନ କରାଯାଇଥିଲା ।ବରଗାଁ କୁ କରୋନା ଭାଇରସ୍ ରୁ ରକ୍ଷା କରିବା ପାଇଁ ଆହୁରି ସଚେତନତା ସୃଷ୍ଟି କରାଯିବ ଏବଂ ସରକାରଙ୍କ ସମସ୍ତ ନିର୍ଦ୍ଦେଶକୁ ବରଗାଁ ଗ୍ରାମପଞ୍ଚାୟତ ବାସୀ ପାଳନ କରିବେ।ଏହାର ଗୁରୁଦାୟିତ୍ୱ ଗାଁର ଯୁବଗୋଷ୍ଠୀ ନେଇଛନ୍ତି ବୋଲି ସରପଞ୍ଚ ଓ ବ୍ଳକ୍ ଉପାଧ୍ୟକ୍ଷ ପ୍ରକାଶ କରିଛନ୍ତି ।ବରଗାଁ ଗ୍ରାମବାସୀ ଓ ଯୁବଗୋଷ୍ଠୀ ଙ୍କ ଏହି ପ୍ରୟାସ କୁ ବିଭିନ୍ନ ମହଲରେ ସ୍ୱାଗତ କରିବା ସହ ନିକଟସ୍ଥ ଗ୍ରାମ ମାନଙ୍କ ପାଇଁ ଏହା ଏକ ଉଦାହରଣ ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ