ଗ୍ରାସୀମ ଇଣ୍ଡୋଷ୍ଟିଜ ପକ୍ଷରୁ ଗଞ୍ଜାମ ବ୍ଳକର ଯକ୍ଷ୍ମା ରୋଗୀଙ୍କୁ ପୋଷଣଯୁକ୍ତ ଖାଦ୍ୟ ଯୋଗଣର ଶୁଭାରମ୍ଭ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜ ତରଫରୁ ଗଞ୍ଜାମ ବ୍ଲକରେ ଥିବା ସମସ୍ତ ଯକ୍ଷ୍ମା ରୋଗୀଙ୍କୁ ସମସ୍ତ ପୋଷଣ ଯୁକ୍ତ ଖାଦ୍ୟ ଯୋଗାଇ ଦେବାପାଇଁ ନିଷ୍ପତ୍ତି ପରୀକ୍ଷାରେ ଏହାର ଶୁଭାରମ୍ଭ ଖଣ୍ଡିଦେଉଳି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦରେ ଶୁଭାରମ୍ଭ ହୋଇଛି। ଖଣ୍ଡିଦେଉଳି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ସୌମ୍ୟକାନ୍ତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଗ୍ରାସୀମ ଇଣ୍ଡୋଷ୍ଟିଜର ଜେନେରାଲ ମ୍ୟାନେଜର ରବୀନ୍ଦ୍ର କୁମାର ମହାନ୍ତି ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ୫୦ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷଣ ଯୁକ୍ତ ଖାଦ୍ୟ ବଣ୍ଟନ କରାଯାଇଥିଲା। ଆଗାମୀ ଛଅ ମାସ ପର୍ଯ୍ୟନ୍ତ ମାଗଣାରେ ଇଣ୍ଡୋଷ୍ଟିଜ ତରଫରୁ ବଣ୍ଟନ କରାଯିବ ବୋଲି ଜେନେରାଲ ମ୍ୟାନେଜର ମହାନ୍ତି କହିଥିଲେ। ରାଷ୍ଟ୍ରପତି ଦ୍ରୋପତି ମୁର୍ମୁଙ୍କ ଭାରତକୁ ଯକ୍ଷ୍ମା ମୁକ୍ତ କରାଯିବ ବୋଲି ଆହ୍ଵାନ କ୍ରମେ ଖଣ୍ଡିଦେଉଳି ଗୋଷ୍ଟି କେନ୍ଦ୍ର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯକ୍ଷ୍ମା ସଂଯୋଜକ ବିଦେଶୀ ଜେନା, ପିଏଚଇଓ ସଂଯୁକ୍ତା ଜେନା, ସିନିୟର ଟେକନିକାଲ ସୁପ୍ରଭାଇଜାର ପ୍ରଭୁଦତ୍ତ ଶତପଥୀ, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ସରୋଜ ମହାନ୍ତି, ପ୍ରମୁଖ ଯୋଗଦେଇ ୨୦୨୫ ମସିହା ସୁଦ୍ଧା ଗଂଜାମ ବ୍ଲକ ଯକ୍ଷ୍ମା ମୁକ୍ତ ହେବ ବୋଲି କହିବା ସହ ସରକାରଙ୍କ ତରଫରୁ ଯକ୍ଷ୍ମା ରୋଗୀଙ୍କୁ ନୀସ୍କଳ ପରୀକ୍ଷା କରାଯାଉଥିବା ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ଅଶା ଯୋଗଦେଇଥିଲେ।